fbpx

ମେ ୧୧ ତାରିଖରେ ଆତ୍ମଘାତୀ ଆକ୍ରମଣ କରିବ ଜୈସ-ଇ ମହମ୍ମଦ !

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): ପୁଲୱାମା ଆକ୍ରମଣ ଭଳି ବଡ ଷଡଯନ୍ତ୍ର । ଟାର୍ଗେଟ ରେ ଭାରତୀୟ ସେନା । ଟାର୍ଗେଟ ଏରିଆ କାଶ୍ମୀର । କେବଳ ଏତିକି ନୁହେଁ ଆସନ୍ତା ସୋମବାର ବା ଆଜିଠୁ ଠିକ ସାତ ଦିନ ପରେ ଫିଦାଇନ ଆକ୍ରମଣର ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି ଆତଙ୍କବାଦୀ ସଂଗଠନ ଜୈସ-ଏ ମହମ୍ମହ । ଭାରତୀୟ ଗୁଇନ୍ଦା ସଂସ୍ଥା ହାତରେ ଲାଗିଛି ଏହି ବଡ ଖବର । ପ୍ରକୃତରେ ଗତ ଏପ୍ରିଲରେ ୨୮ ଜଣ ଆତଙ୍କବାଦୀ ସେନା ଗୁଳିରେ ପ୍ରାଣ ହରାଇଛନ୍ତି । ଏଭଳି ଅବସ୍ଥାରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ନିକମ୍ମା ସଂଗଠନ ବୋଲି କହି ଫଣ୍ଡିଂ ରୋକିବାର ଧମକ ଦେଇଛି । ଯାହାକୁ ନେଇ ଚିନ୍ତିତ ସଂଗଠନର ମୁଖ୍ୟ ଅଲ୍ଲୀ ରୈାଫ ଅସଗର ପାକିସ୍ଥାନୀ ଗୁଇନ୍ଦା ସଂସ୍ଥା ଏ.ଏସ.ଆଇ ସହ ମିଶି ଆକ୍ରମଣ ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରିଛି ।ଏଥିପାଇଁ ୨୫ରୁ ୩୦ ତାଲିମପ୍ରାପ୍ତ ଆତଙ୍କବାଦୀ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ଯୋଜନାରେ ଅଛନ୍ତି । ଏଭଳି ଗୁଇନ୍ଦା ସୂଚନା ପାଇବା ପରେ ଅଲର୍ଟ ହୋଇଛି ଭାରତୀୟ ସେନା ।

Get real time updates directly on you device, subscribe now.