ଅନଲାଇନରେ ୪୦୦ଟଙ୍କାର ବିସ୍କୁଟ ମଗାଇ ଲାଗିଲା ଅଢ଼େଇଲକ୍ଷର ଚୁନ

0 505

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): ପୁଣି ମାତିଲେ ଅନଲାଇନ ଲୁଟେରା । ଅନ ଲାଇନରେ ବିସ୍କୁଟ ଦେବା ନାଁରେ ଲୁଟିଲେ ଅଢ଼େଇ ଲକ୍ଷ ଟଙ୍କା । ଲକ ଡାଉନ ସମୟରେ ଘରେ ରହି ରାସନ ପାଇବାକୁ ଗୁଗୁଲରେ ଅନଲାଇନ ରାସନ ର ଅର୍ଡର ଦେଇଥିଲେ ମୁମ୍ବାଇର ଜଣେ ୪୦ ବର୍ଷୀୟ ବ୍ୟକ୍ତି । ରାସନ ଆସିଲା କିନ୍ତୁ ସେଥିରେ ନଥିଲା ୪୦୦ ଟଙ୍କାର ବିସ୍କୁଟ ଓ ଭୁଜିଆ । ସେଥିପାଇଁ ସେ ଯୋଗାଣ ସଂସ୍ଥା ର ହେଲ୍ପଲାଇନ ନମ୍ବର ସର୍ଚ୍ଚ କରିଥିଲେ । କିନ୍ତୁ ସେ ନମ୍ବର ଓ ସାଇଟ ଉଭୟ ଥିଲା ଜାଲ । ଜାଲି କମ୍ପାନୀ ତାଙ୍କ ଆକାଉଣ୍ଟରୁ ଲୁଟିନେଇଥିଲା ଅଢ଼େଇଲକ୍ଷ ଟଙ୍କା । ଏନେଇ ମୁମ୍ବାଇ ବୋରିବଲି ଥାନାରେ ମାମଲା ରୁଜ୍ଜୁ ହୋଇଛି ।

Leave A Reply

Your email address will not be published.