fbpx

ଜେଠୱାଙ୍କୁ କ୍ରାଇମବ୍ରାଞ୍ଚର ଦାୟିତ୍ୱ

ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର): କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଯଶବନ୍ତ ଜେଠୱା । ଏଡିଜି ଆଇନ ଶୃଙ୍ଖଳା ଥିବା ଜେଠୱାଙ୍କୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ବଦଳି ପରେ ଏହି ପଦବୀ ଫାଙ୍କା ଥିଲା । ଏନେଇ ପୋଲିସ ଡିଜି କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।

ତେବେ ଟ୍ୱିନ ସିଟିର ନୂଆ ପୋଲିସ କମିଶନର ଭାବେ ବଦଳି ହୋଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ସୌମେନ୍ଦ୍ର ହେଉଛନ୍ତି ୧୯୯୫ ବ୍ୟାଚର ଆଇପିଏସ ଅଧିକାରୀ ।

Get real time updates directly on you device, subscribe now.