fbpx

ବିରିୟାନୀ ସହ ଖାଇଦେଲେ ଦେଢ଼ ଲକ୍ଷର ସୁନା ଗହଣା: ଡାକ୍ତର ‘ଏନିମା’ ପ୍ରୟୋଗ କରି ପେଟରୁ…

ବିରିୟାନୀ ଖାଇବା ନିଶା ଏତେ ଯେ, ବିରିୟାନୀ ଖାଉ ଖାଉ ଗିଳି ଗଲେ ସୁନା ଗହଣା । ପାଖାପାଖି ଦେଢ଼ ଲକ୍ଷର ସୁନା ଗହଣା ଖାଇଗଲେ ବ୍ୟକ୍ତି । ଏଭଳି କିଛି ଘଟଣା ଘଟିଛି ତାମିଲନାଡୁରେ । ତାମିଲନାଡୁର ଜଣେ ୩୨ ବର୍ଷୀୟ ବ୍ୟକ୍ତି ଜଣେ ବନ୍ଧୁଙ୍କ ଇଦ୍ ପାର୍ଟିରେ ଯୋଗଦେଇ ବିରିୟାନୀ ସହ ସୁନା ଗହଣା ଖାଇଯାଇଛନ୍ତି ।

ସୂଚନା ମୁତାବକ, ମେ’ ୩ ତାରିଖରେ ଏକ ଅଳଙ୍କାର ଦୋକାନରେ କାମ କରୁଥିବା ଜଣେ ବ୍ୟକ୍ତି ଇଦ୍ ପାର୍ଟିର ଆୟୋଜନ କରିଥିଲେ । ସେ ଏହି ପାର୍ଟିକୁ ତାଙ୍କର ଜଣେ ବନ୍ଧବୀ ଓ ତାଙ୍କ ପ୍ରେମିକଙ୍କୁ ନିମନ୍ତ୍ରଣ କରିଥିଲେ । ତେବେ ଏହି ପାର୍ଟିରେ ପରସା ଯାଇଥିବା ବିରିୟାନୀ ସମେତ ୧.୪୫ ଲକ୍ଷ ଟଙ୍କାର ସୁନା ଗହଣା ମଧ୍ୟ ଗିଳି ଯାଇଥିଲେ ଉକ୍ତ ବାନ୍ଧବୀଙ୍କ ପ୍ରେମିକ ।

ପୋଲିସର କହିବା ମୁତାବକ, ଏଭଳି କରିବା ସମୟରେ ସେ ନିଶାସକ୍ତ ଅବସ୍ଥାରେ ଥିଲେ । ତେବେ ଇଦ୍ ପାର୍ଟି ସରିବା ଓ ଅତିଥିମାନେ ଯିବା ପରେ ଉକ୍ତ ପାର୍ଟି ଆୟୋଜନ କରିଥିବା ବ୍ୟକ୍ତି ଜଣକ ତାଙ୍କ ଆଲମାରୀରୁ କିଛି ଅଳଙ୍କାର ଗାଏବ ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ସମସ୍ତ ଅତିଥିଙ୍କ ଯାଞ୍ଚ କରିଥିଲେ । ପରେ ବାନ୍ଧବୀଙ୍କ ପ୍ରେମିକ ଉପରେ ତାଙ୍କର ସନ୍ଦେହ ହୋଇଥିଲା । ଏନେଇ ସେ ଥାନାରେ ଏତଲା ଦେଇଥିଲେ ।

ଅଭିଯୋଗ ପରେ ମେ’ ୪ ତାରିଖରେ ବିରାୟାନୀ ସହ ସୁନା ଗିଳି ଦେଇଥିବା ଉକ୍ତ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ପୋଲିସ ଥାନାକୁ ଡକାଇଥିଲା । ଜେରା ପରେ ସେ ପୁଲିସ ଆଗରେ ସବୁ କଥା ସ୍ୱୀକାର କରିଥିଲେ । ଏହାପରେ ସ୍କାନିଂରୁ ତାଙ୍କ ପେଟରେ ସୁନା ଗହଣା ଥିବା ଜଣାପଡିଥିଲା । ଗୁରୁବାର ଦିନ ଡାକ୍ତରମାନେ ‘ଏନିମା’ ପ୍ରୟୋଗ କରି ତାଙ୍କ ପେଟରୁ ୯୫,୦୦୦ ଟଙ୍କାର ଗଳାହାର ଓ ୨୫୦୦୦ ଟଙ୍କା ମୂଲ୍ୟର ସୁନା ବାହାର କରିଥିଲେ । ବାସ୍ତବ ଘଟଣା ଜାଣିବା ପରେ ‘ଇଦ୍ ପାର୍ଟି’ର ଆୟୋଜିକା ନିଜ ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି ।

Get real time updates directly on you device, subscribe now.