ଝାରଖଣ୍ଡ ଦେବଘରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୮ କାଉଡ଼ିଆ ମୃତ
କାଉଡ଼ିଆଙ୍କୁ ନେଇଯାଉଥିବା ବସ୍କୁ ଧକ୍କା ଦେଇଥିଲା ଟ୍ରକ।
ଝାଡ଼ଖଣ୍ଡ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍-ଟ୍ରକ୍ ଧକ୍କାରେ ଚାଲିଗଲା କାଉଡ଼ିଆଙ୍କ ଜୀବନ। ୧୮ କାଉଡ଼ିଆ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡର ଦେଓଘରରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।
କାଉଡ଼ିଆଙ୍କୁ ନେଇଯାଉଥିବା ବସ୍କୁ ଧକ୍କା ଦେଇଥିଲା ଟ୍ରକ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ୧୮ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ କାଉଡ଼ିଆମାନଙ୍କୁ ନେଇ ଯାଉଥିବା ଏକ ବସ୍ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ସହିତ ଧକ୍କା ଦେଇଥିଲା।
ଏହି ଦୁର୍ଘଟଣା ଭୋର ପ୍ରାୟ ସାଢ଼େ ୪ଟାରେ ମୋହନପୁର ଥାନା ଅଞ୍ଚଳର ଜାମୁନିଆ ଜଙ୍ଗଲ ନିକଟରେ ଘଟିଥିଲା। କାଉଡ଼ିଆଙ୍କୁୁ ନେଇ ଯାଉଥିବା ଏକ ୩୨ ସିଟ୍ ବିଶିଷ୍ଟ ବସ୍ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ସହିତ ଧକ୍କା ହୋଇଥିଲା। ପରେ ବସ୍ରେ ଲାଗିଯାଇଥିଲା ନିଆଁ।
ବିଜେପି ନେତା ସେହି ଅଞ୍ଚଳର ସାଂସଦ ନିଶିକାନ୍ତ ଦୁବେ ଏହି ଦୁର୍ଘଟଣାରେ ୧୮ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି। ସେ ତାଙ୍କ ଏକ୍ସରେ ଲେଖିଛନ୍ତି – “ମୋ ଲୋକସଭାର ଦେଓଘରରେ ଶ୍ରାବଣ ମାସରେ କାଉଡିଆ ଯାତ୍ରା ସମୟରେ ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଯୋଗୁଁ ୧୮ ଜଣ ମୃତ୍ୟୁ ହୋଇଛି।