ହେମନ୍ତ ସୋରେନଙ୍କୁ ବଡ଼ ଝଟକା! ବଜେଟ ଅଧିବେଶନରେ ସାମିଲ ହେବାର ଆବେଦନକୁ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ହେମନ୍ତ ସୋରେନଙ୍କୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜମି ସ୍କାମ ମାମଲାରେ ଜେଲରେ ବନ୍ଦୀ ଥିବା ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାର ବଜେଟ ଅଧିବେଶନରେ ସାମିଲ ହେବେ ନାହିଁ । କାରଣ ହେମନ୍ତ ସୋରେନଙ୍କ ପକ୍ଷରୁ ଦାଖଲ କରାଯାଇଥିବା କ୍ରିମିନାଲ ଲିଖିତ ଆବେଦନକୁ ଝାରଖଣ୍ଡ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ।

ହେମନ୍ତ ସୋରେନ ରାଞ୍ଚିର ବିଶେଷ ପିଏମଏଲ କୋର୍ଟର ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଥିଲା । ରାଞ୍ଚି କୋର୍ଟ ସୋରେନଙ୍କ ବଜେଟ ଅଧିବେଶନରେ ସାମିଲ ହେବାର ଆଗ୍ରହ ଥିବା ପିଟିସନକୁ ଖାରଜ କରିଦେଇଥିଲେ । ଏହାପରେ ହେମନ୍ତ ସୋରେନଙ୍କ ପକ୍ଷରୁ ବରିଷ୍ଠ ଓକିଲ ରାଜୀବ ରଞ୍ଜନ ହେମନ୍ତ ସୋରେନଙ୍କ ପକ୍ଷରୁ କୋର୍ଟରେ ଉପସ୍ଥାପନ କରିଥିଲେ । ସେ କୋର୍ଟଙ୍କୁ କହିଥିଲେ ଯେ, ବଜେଟ ଅଧିବେଶନରେ ମନି ବିଲ ପାସ ହୋଇଥାଏ, ସେଥିପାଇଁ ହେମନ୍ତ ସୋରେନଙ୍କର ରହିବା ଆବଶ୍ୟକ ଅଟେ ।