fbpx

ପେଟ୍ରୋଲ-ଡିଜେଲ ଦରରେ ନିଆଁ: ନିର୍ବାଚନ ଶେଷ ହେବା କ୍ଷଣି ବଢିବ ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଗାଡିଚାଳକଙ୍କ ଉପରେ ମହଙ୍ଗା ଆକ୍ରମଣ । ଗ୍ରାହକଙ୍କ ପକେଟକୁ ତେରଛା ଆକ୍ରମଣ କରିଛି ଉଭୟ ଦେଶଭିତରେ ଲାଗି ରହିଥିବା ମହାଯୁଦ୍ଧ । ଯୁଦ୍ଧ ଯୋଗୁଁ ଋଷ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗିବା ପରେ ଅଶୋଧୀତ ତୈଳରେ ବୃଦ୍ଧି ଘଟିଛି । ନିର୍ବାଚନ ଶେଷ ହେବା ପରେ ଦେଶରେ ମଧ୍ୟ ଆସନ୍ତା ସପ୍ତାହରୁ ଏହି ପରିବର୍ତ୍ତିତ ଦର ଲାଗୁ ହେବାର ରହିଛି ଯଥେଷ୍ଟ ସମ୍ଭାବନା । ଆନ୍ତର୍ଜାତୀୟ ସ୍ତରରେ ୨୦୧୪ ମସିହା ପରେ ପରେ ପ୍ରଥମ ଥର ପାଇଁ ଅଶୋଧୀତ ତୈଳର ମୂଲ୍ୟ ୧୧୦ ଡଲାରରୁ ଉପରେ ରହିଥିବା ରେକର୍ଡ ହୋଇଛି । ଋଷ ଉପରେ ଲାଗିଥିବା ପ୍ରତିବନ୍ଧକ ପାଇଁ ତୈଳ ଯୋଗାଣ ବ୍ୟାହତ ହୋଇପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି ।

ମାର୍ଚ୍ଚ ୧ରେ ଭାରତ କ୍ରୟ କରୁଥିବା ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୦୨ ଡଲାରରୁ ଅଧିକ ବୃଦ୍ଧି ପାଇଛି । ଯାହା ୨୦୧୪ ମସିହା ପରଠୁ ସର୍ବାଧିକ ବୋଲି ସୂଚନା ଦେଇଛି ପେଟ୍ରୋଲିୟମ ପ୍ଲାନ ଆଣ୍ଡ ଆନାଲିସିସି ସେଲ । ନିର୍ବାଚନ ଶେଷ ହେବା ପରେ ଆସନ୍ତା ସପ୍ତାହରୁ ଉଭୟ ପେଟ୍ରୋଳ ଏବଂ ଡିଜେଲ ସହିତ ଇନ୍ଧନ ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଥିବା କହିଛନ୍ତି ଜେପି ମୋର୍ଗାନ । ଇଣ୍ଡିଆନ ଅଏଲ କର୍ପୋରେସନ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୫.୭୦ ଟଙ୍କା କ୍ଷତି ସହୁଛନ୍ତି । ତେଣୁ ସ୍ୱାଭାବିକ ମାର୍କେଟରେ ପୋଟ୍ରୋଲ ଏବଂ ଡିଜେଲରେ ଲିଟର ପିଛା ୯ ଟଙ୍କା ବା ୧୦ ପ୍ରତିଶତ ବୃଦ୍ଧି କରିବା ଆବଶ୍ୟକ ବୋଲି ଦାବି କରାଯାଇଛି ।

Get real time updates directly on you device, subscribe now.