fbpx
BSKY
BJD SHG SKY
BJD MC SKY

ଦ୍ୱିତୀୟ ଲିଗ ମ୍ୟାଚରେ ଦମ ଦେଖାଇଲା ଓଡିଶା: ମଧ୍ୟପ୍ରଦେଶ ବିରୁଦ୍ଧରେ ହାସଲ କଲା ୬୪ ରନର ବୃହତ ବିଜୟ

ବେଙ୍ଗଲୁରୁ: ଇଣ୍ଡସଲାଣ୍ଡ ବ୍ୟାଙ୍କ ନେସନାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନିଜ ବିଜୟ ଧାରା ଜାରି ରଖିଛି ଓଡିଶା ମହିଳା ଦୃଷ୍ଟିହୀନ କ୍ରିକେଟ ଦଳ । ବେଙ୍ଗଲୁରୁରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ଏପର୍ଯ୍ୟନ୍ତ ଅପରାଜିତ ରହିଛି ଓଡିଶା । ଓଡିଶାର ଟାଲେଣ୍ଟ ଆଗରେ ଫିକା ପଡିଛି ମଧ୍ୟ ପ୍ରଦେଶର ମହିଳା କ୍ରିକେଟ ଦଳ । ୬୪ ରନରେ ଏକ ବୃହତ ବିଜୟ ହାସଲ କରିଛି ଓଡିଶା ମହିଳା ଦୃଷ୍ଟିହୀନ କ୍ରିକେଟ ଟିମ । ଦମଦାର ପାଳି ପାଇଁ ରଚନା ଜେନାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଘୋଷଣା କରାଯାଇଛି ।

ଆଜି ବେଙ୍ଗଲୁରୁର ଅଲ୍ଟର ସ୍ପୋର୍ଷ୍ଟସ ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା ଏହି ଦ୍ୱିତୀୟ ଲିଗ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ମଧ୍ୟପ୍ରଦେଶ । ଟସ ଜିତି ପ୍ରଥମେ ବ୍ୟାଟିଭ୍ଗ କରିବାର ନିଷ୍ପତ୍ତି ନେଇଥିଲା ଓଡିଶା । ୧୫ ଓଭର ବିଶିଷ୍ଟ ମ୍ୟାଚରେ ମଧ୍ୟପ୍ରଦେଶକୁ ଓଡିଶା ଦେଇଥିଲା ୧୫୦ ରନର ଏକ ବିଶାଳ ଲକ୍ଷ୍ୟ । ରଚନା ଜେନାଙ୍କ ୬୭ ରନର ଦମଦାର ପାଳି ସହିତ ଫୁଲ ସୋରେନଙ୍କ ୩୪ ଏବଂ ଝିଲି ବିରୁଆଭ୍କ ୨୮ ରନର ପାଳି ଦ୍ୱାରା ଓଡିଶା ନିର୍ଦ୍ଧାରିତ ୧୫ ଓଭରରେ ୩ ୱିକେଟ ହରାଇ ୧୪୯ ରନ ସଂଗ୍ରହ କରିଥିଲା । ଏବେ ମଧ୍ୟପ୍ରଦେଶକୁ ବିଜୟ ପାଇଁ ୧୦ ରନ ହାରରେ ୧୫୦ ରନ କରିବାକୁ ମିଳିତିଲା ଲକ୍ଷ୍ୟ । କିନ୍ତୁ କେବଳ ବ୍ୟାଟିଙ୍ଗରେ ସରି ନଥିଲା ଓଡିଶାର ଟାଲେଣ୍ଟ । ଦଳର ସନ୍ତୁଳିତ ବୋଲିଙ୍ଗ ଆଟାକ ସାମନାରେ ହାର ମାନିଥିଲା ମଧ୍ୟପ୍ରଦେଶ । ନିର୍ଦ୍ଧାରିତ ୧୫ ଓଭରରେ ମାତ୍ର ୮୫ ରନ କରି ୫ ୱିକେଟ ହରାଇଥିଲା ମଧ୍ୟପ୍ରଦେଶ କ୍ରିକେଟ ଟିମ । ଓଡିଶା ତରଫରୁ ପଦ୍ମିନୀ ଟୁଡୁ ୩ ଓଭରରେ ମାତ୍ର ୧୯ ବ୍ୟୟ କରି ୩ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ତାଙ୍କ ବ୍ୟତୀତ ଅନ୍ୟ ବୋଲର ମାନେ ମଧ୍ୟ ବିପକ୍ଷୀ ଟିମକୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ । ଫଳରେ ମଧ୍ୟପ୍ରଦେଶ ବିରୁଦ୍ଧରେ ୬୪ ରନର ଏକ ବିଶାଳ ବିଜୟ ହାସଲ କରିଛି ଓହିଶା ମହିଳା ଦୃଷ୍ଟିହୀନ କ୍ରିକେଟ ଟିମ । ତେବେ ୬୭ ରନର ଦମଦାର ପାଳି ପାଇଁ ଓଡିଶାର ରଚନା ଜେନାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଭାବରେ ଘୋଷଣା କରାଯାଇଛି । ଅସନ୍ତାକାଲି ସଚିନ ତେନ୍ଦୁଲକର ଟର୍ଫ ଗ୍ରାଉଣ୍ଡରେ ମହାରାଷ୍ଟ୍ର ବିରୁଦ୍ଧରେ ନିଜର ତୃତୀୟ ମ୍ୟାଚ ଖେଳିବ ଓଡିଶା ।

Get real time updates directly on you device, subscribe now.