fbpx

ହୋଇପାରେ ରାଇନାଙ୍କ କମବ୍ୟାକ: ଅକ୍ସନରେ ଅନସୋଲ୍ଡ ରହିବା ପରେ ଏବେ ଏହି ଦଳରେ ସାମିଲ ହୋଇପାରନ୍ତି ମିଷ୍ଟର IPL

ନୂଆଦିଲ୍ଲୀ: ଇଣ୍ଡଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣରେ ମିଷ୍ଟର IPL ସୁରେଶ ରାଇନାଙ୍କୁ ନିଜର କରିନାହିଁ କୌଣସି ଦଳ । ଏମିତିକି ପୂର୍ବ ଦଳ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ତାଙ୍କ ଉପରେ ଭରଷା ଦେଖାଇ ନାହିଁ । ଅକ୍ସନ ପାଇଁ ୨ କୋଟି ଟଙ୍କା ବେସ ପ୍ରାଇସ ରଖିଥିବା ବେଳେ ରାଇନା ଚଳିତ ସିଜନ ପାଇଁ ଅନସୋଲ୍ଡ ରହିଛନ୍ତି । ତେବେ ପୁଣି ଥରେ IPLରେ ତାଙ୍କ କମବ୍ୟାକକୁ ଅପେକ୍ଷା କରିଛନ୍ତି ପ୍ରଶଂସକ । ଏହି ସମୟରେ ତାଙ୍କ ପାଇଁ ଏକ ରାସ୍ତା ମଧ୍ୟ ଖୋଲିଥିବା ଦାବି ହୋଇଛି । IPLରେ ନୂଆ ଭାବରେ ଗଠିତ ହୋଇଥିବା ଗୁଜୁରାଟ ଟାଇଟନ୍ସ ତାଙ୍କୁ ଦଳରେ ସାମିଲ କରିପାରେ ବୋଲି ଅନୁମାନ କରାଯାଉଛି ।

ନିକଟରେ ଗୁଜୁରାଟର ଷ୍ଟାର ଖେଳାଳି ଜାସନ ରୟ IPLରୁ ନିଜ ନାମ ଫେରାଇ ନେଇଛନ୍ତି । ତେଣୁ ତାଙ୍କ ବିକଳ୍ପ ଭାବେ ଅଭିଜ୍ଞ ଏବଂ ଦମଦାର ଖେଳାଳିଙ୍କୁ ଖୋଜୁଛି ଗୁଜୁରାଟ ଟାଇଟନ୍ସ । ଏହି ସମୟରେ ସୁରେଶ ରାଇନାଙ୍କୁ ଜାସନ ରୟଙ୍କ ବିକଳ୍ପ ଭାବରେ ଦଳରେ ସାମିଲ କରାଇବାକୁ ଅପିଲ କରିଛନ୍ତି ଗୁଜୁରାଟର ପ୍ରଶଂସକ । ରାଇନା ଏହି ସିଜନରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ଏଥିସହ ରାଇନା ଏହି ଫର୍ମାଟ ପାଇଁ ମହାନ ଖେଳାଳିମାନଙ୍କ ମଧ୍ୟରୁ ଜଣେ, ତେଣୁ ତାଙ୍କୁ ଏକ ସୁଯୋଗ ଦିଆଯିବା ଆବଶ୍ୟକ ବୋଲି ଦାବି କରିଛନ୍ତି ଅନେକ କ୍ରିକେଟପ୍ରେମୀ ।

ନିୟମ ଅନୁସାରେ, କୌଣସି ଖେଳାଳି ଟୁର୍ଣ୍ଣାମଣ୍ଟେରୁ ବାହାର ହେଲେ ତାଙ୍କ ସହ ସମାନ ବେସ ପ୍ରାଇସ ବ୍ରାକେଯରେ ଥିବା ଅନ୍ୟ ଖେଳାଳିଙ୍କୁ ଦଳରେ ସାମିଲ କରିପାରିବ ଟିମ । ତେବେ ଜାସନ ରୟ ଏବଂ ସୁରେଶ ରାଇନାଙ୍କ ବେସ ପ୍ରାଇସ ସମାନ ରହିଥିଲା । ତେଣୁ ଗୁଜୁରାଟ ରାଇନାଙ୍କୁ ଦଳରେ ସାମିଲ କରିବ ବୋଲି ଆଶା ରହିଛି । ସେପଟେ ଡାଭିଡ ମଲାନ, ଆରନ ପିଞ୍ଚ ଏବଂ ମାର୍ଟିନ ଗପ୍ଟିଲ ରାଇନାଙ୍କୁ ଏହି ସ୍ଥାନ ପାଇଁ ଚାଲେଞ୍ଜ ସୃଷ୍ଟି କରି ପାରନ୍ତି । ତେବେ ଆଗକୁ ଦେଖିବାକୁ ବାକି ରହିଲା ଗୁଜୁରାଟ ଜାସନ ରୟଙ୍କ ବିକଳ୍ପ ଭାବରେ ବିଦେଶୀ ଖେଳାଳିଙ୍କୁ ଟାର୍ଗେଟ କରିବ ନା ରାଇନାଙ୍କୁ ଦଳରେ ସାମିଲ କରୁଛି ।

एरोन फिंच, मार्टिन गप्टिल और डेविड मलान आईपीएल 2022 ऑक्शन में अनसोल्ड रहे. (PIC-Instagram) Suresh (#672023) - HD Wallpaper & Backgrounds Download

Get real time updates directly on you device, subscribe now.