fbpx

ନିର୍ବାଚନୀ ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ଓୱେସୀ, କହିଲେ ଯୋଗୀ-ଅଖିଳେଶ ରାମ ଶ୍ୟାମଙ୍କ ଯୋଡ଼ି

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହେବାକୁ ଥିବା ଅନ୍ତିମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପୂରା ଦମ୍ ରେ ଲାଗିପଡ଼ିଛନ୍ତି ନିର୍ବାଚନୀ ପ୍ରଚାରରେ । ୟୁପିର ପୂର୍ବାଞ୍ଚଳରେ ନିର୍ବାଚନୀ ରାଲି ଜୋରସୋରରେ ଦେଖିବାକୁ ମିଳଛି । ଏହାରି ମଧ୍ୟରେ ଭଦୋହୀରେ ନିର୍ବାଚନୀ ପ୍ରଚାର ସମୟରେ, ଯୋଗୀ ଆଦିତ୍ୟନାଥ ଏବଂ ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ରାମ-ଶ୍ୟାମ ଙ୍କ ଯୋଡ଼ି ବୋଲି କହିଛନ୍ତି କହି ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅସଦୁଦ୍ଦୀନ ଓୱେସୀ । ନିର୍ବାଚନୀ ଜନସଭାକୁ ସମ୍ବୋନ୍ଧିତ କରି ଓୱେସୀ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ କୌଣସି ଫରକ ନାହିଁ । କାରଣ ଏହା ରାମ-ଶ୍ୟାମଙ୍କ ଯୋଡ଼ି ।

ନିର୍ବାଚନୀ ଜନସଭାରେ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯୋଗୀ ଏବଂ ଅଖିଳେଶଙ୍କ ମଧ୍ୟରେ କୌଣସି ଫରକ ନାହିଁ, ଏହା ରାମ-ଶ୍ୟାମ ଯୋଡ଼ି । ଉଭୟ ଜନତାଙ୍କ ବିକାଶ ଚାହୁନାହାନ୍ତି । ଉଭୟ ଲଘୁସଂପ୍ରଦାୟ ସମାଜକୁ ଶକ୍ତିଶାଳୀ କରିବାକୁ ଚାହୁନାହାନ୍ତି ।

ସେ ଆହୁରି କହିଛନ୍ତି ଡବଲ ଇଞ୍ଜିନ ସରକାର କହୁଛି ଯେ ଗରିବଙ୍କୁ ରାସନ ଦେଉଛି, ୧୦୦ ସିଲିଣ୍ଡର ଦେଉଛି । କିନ୍ତୁ ପ୍ରକୃତରେ ଡବଲ ଇଞ୍ଜିନ ସରକାର ଗୋଟିଏ ହାତରେ ଦେଉଛି ତ’ ଦୁଇଟି ହାତରେ ଗରିବଙ୍କୁ ଲୁଟୁଛି ।

ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶରେ ଏବେ ଦୁଇଟି ପର୍ଯ୍ୟାୟ ବାକି ରହିଛି । ଏହା ପରେ ୧୦ ମାର୍ଚ୍ଚରେ ଭୋଟ ଫଳାଫଳ ଆସିବ ।

Get real time updates directly on you device, subscribe now.