ଓଡ଼ିଶା ଫେରିଲା ବାଘୁଣୀ ଜିନ୍ନତ, ସ୍ୱତନ୍ତ୍ର ଗାଡ଼ି ଯୋଗେ ମଧ୍ୟରାତ୍ରୀରେ ଶିମିଳିପାଳ ପହଞ୍ଚିଥିଲା

ଭୁବନେଶ୍ୱର: ଓଡ଼ିଶା ଫେରିଲା ବାଘୁଣୀ ଜିନ୍ନତ । ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟରାତ୍ରୀରେ ଶିମିଳିପାଳରେ ପହଞ୍ଚିଲା ବାଘୁଣୀ ଜିନ୍ନତ । ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାରୁ ବନ ବିଭାଗ ‘ଜିନ୍ନତ’କୁ ଆଣିଥିଲେ ।

କାହିଁକି ଜଙ୍ଗଲ ଛାଡ଼ିଲା ?

ପୁଣି ହସିବ ଶିମିଳିପାଳ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ପକ୍ଷରୁ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ତାହା ସାକାର ହୋଇଛି । ଶିମିଳିପାଳ ଫେରିଛି ବାଘୁଣୀ ଜିନ୍ନତ । ପୂର୍ବରୁ ବାଘୁଣୀ ଯମୁନା ବି ଝାଡ଼ଖଣ୍ଡ ଯାଇଥିଲା । ଖାଦ୍ୟର ଅନ୍ୱେଷଣ କିମ୍ବା ଅଣ୍ଡିରା ବାଘ ଆଶାରେ ବାଘୁଣୀମାନେ ଶିମିଳିପାଳ ଛାଡ଼ି ଯାଉଥିବା ନେଇ ଅନୁମାନ କରାଯାଉଛି ।

ଜିନ୍ନତ ଗତିବିଧି ଉପରେ ନଜର:

ଶିମିଳିପାଳରେ ଗୋଟିଏ କ୍ଲାଇମେଟ ଅଛି ସେଠି ବାଘୁଣୀ ଜିନ୍ନତକୁ ରଖାଯିବ । ତାକୁ କେତେଦିନ ପର୍ଯ୍ୟନ୍ତ ଏନକ୍ଲୋଜରରେ ରଖାଯିସେ ନେଇ ବୈଜ୍ଞାନିକଙ୍କ ସହ ଆଲୋଚନା କରାଯିବ । ଜିନ୍ନତର ଗତିବିଧି ଲକ୍ଷ କରିବା ପାଇଁ ଜଙ୍ଗଲ ବିଭାଗ, ବିଶେଷଜ୍ଞଙ୍କ ସହିତ ଏନେଇ ଆଲୋଚନା କରାଯିବ ।

ଶିମିଳିପାଳ ଫେରିଲା ଜିନ୍ନତ

ଶିମିଳିପାଳ ଅଭୟାରଣ୍ୟର ବାଘୁଣୀ ଜିନ୍ନତକୁ ପଶ୍ଚିମବଙ୍ଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ଗତ ୨୯ ତାରିଖ ଟ୍ରାଙ୍କୁଲାଇଜ କରା ଯାଇଥିଲା । ଏଥି ସହିତ ଜିନ୍ନତର ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ହେବା ପାଇଁ କଲିକତା ସ୍ଥିତ ଅଲୀପୁର ଚିଡ଼ିଆଖାନାରେ ରଖା ଯାଇଥିଲା । ସେଠାରେ ଦୁଇ ଦିନ ଧରି ଜୀନତର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସ୍ୱାସ୍ଥ୍ୟ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ପଶ୍ଚିମବଙ୍ଗ ବନବିଭାଗ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ବାଘୁଣୀ ଜିନ୍ନତକୁ ହସ୍ତାନ୍ତର କରିଥିଲେ ।

ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା । ଗତ ଡିସେମ୍ବର ୮ ତାରିଖରେ ଶିମିଳିପାଳରୁ ଜିନ୍ନତ ଝାଡ଼ଖଣ୍ଡ ଯାଇଥିଲା । ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା । ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା । ସେଠାରେ ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଡିସେମ୍ବର ୨୯ ତାରିଖ ଜିନ୍ନତକୁ ଟ୍ରାଙ୍କୁଲାଇଜ କରି କାବୁ କରା ଯାଇଥିଲା । ଜିନ୍ନତକୁ ଶିମିଳିପାଳ ଫେରାଇ ଆଣିବାକୁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବନବିଭାଗର ୧୨୦ ଜଣ ଏକ ଟିମ୍ ଲାଗିଥିଲା । ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ମଇଁଷିର ଲୋଭ ଦେଖାଇ ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବାରେ ସକ୍ଷମ ହୋଇଥିଲେ ବନ କର୍ମଚାରୀ ।