fbpx

JIO ଦେଉଛି ଦମଦାର ଅଫର, ତୁରନ୍ତ ରିଚାର୍ଜ କରି ଉଠାନ୍ତୁ ଏହାର ଫାଇଦା

Reliance Plan: ଦେଶର ନଂ୧ ଟେଲିକମ୍ କମ୍ପାନୀ ହେଉଛି ରିଲାଏନ୍ସ ଜିଓ । ଯାହାର ୪୬ କୋଟିରୁ ଅଧିକ ୟୁଜରବେସ୍ ରହିଛି । ତେବେ ଜିଓ ପକ୍ଷରୁ ଲଗାତର ପ୍ରଦାନ କରାଯାଉଥିବା ଶସ୍ତା ଓ ଫାଇଦାବାଲା ପ୍ଲାନ କାରଣରୁ ଏହାର ୟୁଜରବେସ୍ ଲଗାତର ବୃଦ୍ଧି ପାଇବାରେ ଲାଗିଛି । ଜିଓ ନିକଟରେ ବହୁ ଲୋଭନୀୟ ରିଚାର୍ଜ ପ୍ଲାନ ରହିଛି । ତେବେ ଆଜି ଆମେ ଆପଣଙ୍କୁ ଏହି ରିଲାଏନ୍ସ ଜିଓର ଏକ ଜବରଦସ୍ତ ଅଫର ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ ଆପଣଙ୍କୁ ଅନେକ ଫାଇଦା ମିଳିପାରିବ। ଏହା ଦ୍ୱାରା ଆପଣ କେବଳ ଦୈନିକ କଲ୍ କିମ୍ୱା ଡାଟା ନୁହେଁ ବରଂ ଏହି ପ୍ଲାନରେ ଆପଣ OTT  ସେବାର ମଧ୍ୟ ଲାଭ ଉଠାଇପାରିବେ। ସେହିପରି OTT ମନୋରଞ୍ଜନ ସୁବିଧା ଅତିରିକ୍ତ ରିଚାର୍ଜ ବିନା ମଧ୍ୟ ଆପଣ ପାଇପାରିବେ। ତେବେ ଆସନ୍ତୁ, ଜାଣିବା ଏହି ପ୍ଲାନର ସବିଶେଷ ତଥ୍ୟ।

ଜିଓ ସୂଚନା ମୁତାବକ, ଆପଣ ୨୫୪୫ ଟଙ୍କା ରିଚାର୍ଜ କରି ଆପଣ ପ୍ରତିଦିନ ୧.୫ GB ପର୍ୟ୍ୟନ୍ତ ଡାଟା ସୁବିଧା ପାଇପାରିବେ । ଯଦି ଆମେ ସମୁଦାୟ ଡାଟା ଲାଭକୁ ଦେଖିବା, କମ୍ପାନୀ ଏଥିରେ ଆପଣଙ୍କୁ ସମୁଦାୟ ୫୪୦ ଜିବି ଡାଟା ପ୍ରଦାନ କରୁଛି । ହାଇ ସ୍ପିଡ୍ ଡାଟା ସୀମା ଶେଷ ହେବା ପରେ, ଇଣ୍ଟରନେଟ୍ ସ୍ପିଡ୍ ୬୪ Kbps ପର୍ୟ୍ୟନ୍ତ ରହିଥାଏ । ଏହି ଯୋଜନାରେ ଗ୍ରାହକମାନେ ଅସୀମିତ 5G ଡାଟାର ଲାଭ ମଧ୍ୟ ଉଠାଇପାରିବେ । କିନ୍ତୁ ଏଥିପାଇଁ ଉପଭୋକ୍ତାଙ୍କର 5G ସକ୍ଷମ ମୋବାଇଲ୍ ଥିବା ଆବଶ୍ୟକ । ତେବେ ଯଦି ଆପଣ ଚଳଚ୍ଚିତ୍ର ଦେଖିବାକୁ ଭଲ ପାଆନ୍ତି, ତାହେଲେ ଏହି ପ୍ଲାନ୍ ଆପଣଙ୍କ ପାଇଁ ସର୍ବୋତ୍ତମ ହେବ। ଏହି ପ୍ୟାକରେ JioCinema ର ସବସ୍କ୍ରିପସନ୍ ମଧ୍ୟ ପାଇପାରିବେ ଯାହା ଯୋଜନାର ବୈଧତା ୩୩୬ଦିନ ପର୍ୟ୍ୟନ୍ତ ରହିଛି । ଏହାସହ କ୍ରିକେଟ୍ ମ୍ୟାଚ୍ ସହିତ ସମସ୍ତ OTT ସୁବିଧାର ଲାଭ ଉଠାଇପାରିବେ ।

ଜିଓର ୨୫୪୫ ଟଙ୍କା ରିଚାର୍ଜ ପ୍ଲାନରେ ଆଉ କେଉଁ ସବୁ ସୁବିଧା ମିଳିବ?

ତେବେ ଜିଓର ୨୫୪୫ ଟଙ୍କା ରିଚାର୍ଜ ପ୍ଲାନରେ ଆପଣ ପ୍ରତିଦିନ ୧୦୦ SMS ମାଗଣାରେ ପଠାଇପାରିବେ । ଏହାସହ ୩୩୬ ଦିନ ପର୍ୟ୍ୟନ୍ତ ଅସୀମିତ ଉଭୟ ଲୋକାଲ୍ ଏବଂ ଏସଟିଡି ନମ୍ୱରକୁ କଲ୍ କରିପାରିବେ । ଜିଓର ଏହି ପ୍ଲାନରେ ମାଗଣା OTT ଆପ୍ JioTV, JioCinemaର ମେମ୍ୱରସିପ୍ ମଧ୍ୟ ପାଇପାରିବେ । ଅନ୍ୟପଟେ ଏହି ପ୍ଲାନରେ JioCloud ମେମ୍ୱରସିପ୍ ମଧ୍ୟ ଅନ୍ତର୍ଭୁକ୍ତ ହୋଇ ରହିଛି ।

ଏଠାରେ ଧ୍ୟାନ ଦିଅନ୍ତୁ ଯେ, କମ୍ପାନୀ ଏଥିରେ ଜିଓ ସିନେମା ପ୍ରିମିୟମର ସବସ୍କ୍ରିପସନ୍ ଅନ୍ତର୍ଭୂକ୍ତ କରେ ନାହିଁ । ଅଧିକ ସୂଚନା ପାଇଁ ଆପଣ ରିଲାଏନ୍ସ ଜିଓର ଅଫିସିଆଲ୍ ୱେବସାଇଟ୍ ମଧ୍ୟ ଭିଜିଟ୍ କରିପାରିବେ ।

Get real time updates directly on you device, subscribe now.