fbpx
BJD
BJD SKY
BJD SKY

ଆରମ୍ଭ ହେବ ଜିଓ ଇନଷ୍ଟିଚ୍ୟୁଟ୍, ମୁକେଶ ଅମ୍ବାନୀ କଲେ ଘୋଷଣା

ନୂଆଦିଲ୍ଲୀ: ଜିଓ ନେଟୱର୍କ ୪୨.୫ କୋଟି ଗ୍ରାହକଙ୍କୁ ସେବା ଯୋଗାଉଛି । ସେହିପରି ଚଳିତ ବର୍ଷରୁ ଆରମ୍ଭ ହେବ ଜିଓ ଇନଷ୍ଟିଚ୍ୟୁଟ୍ । ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୪ତମ ସାଧାରଣ ବୈଠକରେ ଉଦବୋଧନ ଦେଇ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏଭଳି କିଛି ଘୋଷଣା କରିଛନ୍ତି ।

ମୁକେଶ କହିଛନ୍ତି ଯେ କମ୍ପାନି ସର୍ବାଧିକ ଜିଏସଟି ଓ ଭାଟ୍ (କର) ପୈଠ କରିଛି । କୋଭିଡ୍ ସଂକଟ କାଳରେ ମଧ୍ୟ ଆମେ ଜନତାଙ୍କ ସେବା ପାଇଁ ଉତ୍ସର୍ଗ ରହିଛୁ ଏବଂ ଦେଶକୁ ସହାୟତା ଦେବା ଆମର ପ୍ରାଥମିକ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି । ସେହିପରି ମୁକେଶଙ୍କ ପତ୍ନୀ ନୀତା ମଧ୍ୟ ଅନୁରୂପ ମତ ଦେଇଛନ୍ତି । ନୂଆ ନିଯୁକ୍ତି ଯୋଗାଇବା, ଦେଶର ସଂକଟ ପରିସ୍ଥିତିରେ ସରକାରଙ୍କୁ ସହଯୋଗ କରିବା ଓ ଦେଶ ପାଇଁ କିଛି ନୂଆ କରିବାର ସଂକଳ୍ପ ରଖିଥିବା ଅମ୍ବାନୀ ଦମ୍ପତି ପ୍ରକାଶ କରିଛନ୍ତି । କରୋନା ମହାମାରୀ ଆମ ସମସ୍ତଙ୍କୁ ଏକ ପରୀକ୍ଷା କରିନେଇଛି ଓ ଆମେ ସତର୍କ ହେବା ସହ ଶିକ୍ଷା ଲାଭ କରିଛୁ ବୋଲି ମୁକେଶ ମତବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.