Jioର ପପୁଲାର ରିଚାର୍ଜ ପ୍ଲାନ, 18 ଦିନର Validity ସାଙ୍ଗକୁ ମିଳିବ 2 ଆପ୍ ଆକ୍ସେସ

ନୂଆଦିଲ୍ଲୀ: ଦିନକୁ ଦିନ ନୂଆ ନୂଆ ରିଚାର୍ଜ ପ୍ଲାନ ଆଣି ୟୁଜର୍ସଙ୍କ ମନ ଜିଣୁଛନ୍ତି ଟେଲିକମ୍ କମ୍ପାନୀ । ଏହାରି ଭିତରେ ଜିଓ ଏକ ନୂଆ ରିଚାର୍ଜ ପ୍ଲାନ ଆଣିଛି ଯାହା କି ବେଶ୍ ପପୁଲାର ହୋଇଛି । 199 ଟଙ୍କିଆ ରିଚାର୍ଜ ପ୍ଲାନଙ୍କୁ ପସନ୍ଦ କରୁଛନ୍ତି ଉପଭୋକ୍ତା ।

ଜିଓର ପର୍ଟୋଫୋଲିଓରେ ଅନେକ ରିଚାର୍ଜ ପ୍ଲାନ ରହିଛି । ତେବେ  199 ଟଙ୍କିଆ ପ୍ଲାନରେ 18ଦିନର ଭାଲିଡିଟି ସହିତ ଡାଟା ଏବଂ କଲିଂ ସୁବିଧା ମିଳିବ । ଏଥିରେ ଏସଡିଟି କଲ୍ ମଧ୍ୟ ସାମିଲ ରହିଛି ।

ଜିଓର ଏହି ରିଚାର୍ଜ ପ୍ଲାନରେ ଦୈନିକ 100 ଏସଏମଏସର ସୁବିଧା ମିଳିବ । ଏହା ସାହାଯ୍ୟରେ ମଧ୍ୟ କମ୍ୟୁନିକେସନ କରିବାରେ ସମ୍ଭବ ହୋଇପାରିବ ।

ଜିଓର ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ଦୁଇଟି ଆପର କମ୍ଲିମେଣ୍ଟ୍ରି ଆକ୍ସେସ ମିଳବ । ଜିଓ ଟିଭି ଏବଂ ଜିଓ ଏଆଇ କ୍ଲାଉଟ ବ୍ୟବହାର କରିପାରିବେ ୟୁଜର୍ସ । ଦୈନିକ 1.5 ଜିବି ଡାଟା ମିଳିଥାଏ ।

ଜିଓର 199 ଟଙ୍କିଆ ରିଚାର୍ଜ ପ୍ଲାନରେ ପ୍ରାୟ ସମସ୍ତ ପ୍ରକାର ସୁବିଧା ମିଳୁଥିବାରୁ ଏହା ବେଶ୍ ଚର୍ଚ୍ଚାରେ ରହିଛି । ୟୁଜର୍ସଙ୍କ ମନପସନ୍ଦ ରିଚାର୍ଜ ପ୍ଲାନ ଆଣି ଚର୍ଚ୍ଚାରେ ରହିଛି ଜିଓ ।