fbpx

Jio ୟୁଜର୍ସଙ୍କୁ ଝଟକା! 5G ଆସୁଆସୁ କମ୍ପାନୀ ବନ୍ଦ କରିଦେଲା ୧୨ଟି ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓ ନିକଟରେ କିଛି ସହରରେ ନିଜର ୫ଜି ସେବା ଲଞ୍ଚ କରିଛି । ତେବେ ୫ଜି ସର୍ଭିସେସ ଆସୁଆସୁ ଜିଓ ଏକ ବଡ଼ ପଦକ୍ଷେପ ନେଇଛି । କମ୍ପାନୀ ଅଫିସିଆଲ ୱେବସାଇଟରୁ ଗୋଟିଏ କି ଦୁଇଟି ନୁହେଁ, ୧୨ଟି ପ୍ଲାନକୁ ହଟାଇ ନେଇଛି । ଏହି ସମସ୍ତ ପ୍ଲାନ୍ସ ଡିସନେ ପ୍ଲସ ହଟଷ୍ଟାର ସବସ୍କ୍ରିପସନ ସହିତ ଆସୁଥିଲା । ଜିଓ ପକ୍ଷରୁ ୧୫୧ ଟଙ୍କାରୁ ଆରମ୍ଭ କରୁ ୩,୧୧୯ ପର୍ଯ୍ୟନ୍ତ ସମସ୍ତ ପ୍ଲାନକୁ ରିମୁଭ କରାଯାଇଛି । ଏଥିରେ ରେଗୁଲାର ରିଚାର୍ଜ ପ୍ଲାନ ଠାରୁ ଆରମ୍ଭ କରି ଡାଟା ଆଡ ଅନ୍ସ ସାମିଲ ରହିଛି ।

ଜିଓର ଅନେକ ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ଏକବର୍ଷ ପାଇଁ ଡିସନେ ପ୍ଲସ ହଟଷ୍ଟାର ମୋବାଇଲ ସବସ୍କ୍ରିପସନ ମିଳିଥାଏ । କିଛି ପ୍ଲାନ୍ସରେ ଏହି ସବସ୍କ୍ରିପସନ ୩ ମାସ ପାଇଁ ମିଳିଥାଏ । କମ୍ପାନୀ ଏକ ଡଜନ ପ୍ଲାନ୍ସକୁ ବନ୍ଦ କରିଦେଇଥିବା ବେଳେ ଦୁଇଟି ପ୍ଲାନ ସହିତ ଏବେ ବି ଡିସନେ ପ୍ଲସ ହଟଷ୍ଟାର ସବସ୍କ୍ରିପସନ ମିଳୁଛି । ଏହି ଦୁଇଟି ପ୍ଲାନ୍ସ ବହୁତ ମହଙ୍ଗା ଅଟେ । ଏଥିରେ ୟୁଜର୍ସଙ୍କୁ ଡିସନେ ପ୍ଲସ ହଟଷ୍ଟାରର ପ୍ରିମିୟମ ସବସ୍କ୍ରିପସନ ମିଳିଥାଏ ।

ଯେଉଁ ସବୁ ପ୍ଲାନ୍ସକୁ କମ୍ପାନୀ ବନ୍ଦ କରିଦେଇଛି ସେଗୁଡ଼ିକ ହେଲା ୧୫୧, ୫୫୫ ଓ ୬୫୯ ଟଙ୍କିଆ ଡାଟା ଆଡ ଅନ ପ୍ଲାନ, ୩୩୩ ଟଙ୍କିଆ ଡିସନେ ପ୍ଲସ ହଟଷ୍ଟାର ରିଚାର୍ଚ୍ଚ ପ୍ଲାନ, ୪୯୯, ୫୮୩, ୬୦୧, ୭୮୩ ଟଙ୍କିଆ ରିଚାର୍ଜ ପ୍ଲାନ, ୭୯୯ ଓ ୧୦୬୬ ଟଙ୍କିଆ ପ୍ଲାନ, ୨୯୯୯ ଓ ୩୧୧୯ ଟଙ୍କିଆ ରିଚାର୍ଜ ପ୍ଲାନ । ଏହିସବୁ ପ୍ଲାନ୍ସ ଡିସନେ ପ୍ଲସ ହଟଷ୍ଟାର ସବସ୍କ୍ରିପସନ ସହିତ ଆସୁଥିଲା । ତେବେ ଏହି ସମସ୍ତ ପ୍ଲାନ୍ସ ଏବେ ୱେବସାଇଟରେ ନଥିଲେ ହେଁ ସମ୍ଭତଃ ଏଗୁଡ଼ିକୁ ପୁନର୍ବାର ଲିଷ୍ଟ କରାଯାଇପାରେ ।

Get real time updates directly on you device, subscribe now.