fbpx

ଭାରତ ହେବ ୧୦ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା, IMF କହିଲା ଏହି ଫର୍ମୁଲା ଆସିବ କାମରେ

ନୂଆଦିଲ୍ଲୀ: ନିକଟରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ଭାରତର ଅଭିବୃଦ୍ଧି ଅନୁମାନ ୬୦ ବେସିସ୍ ପଏଣ୍ଟ ହ୍ରାସ କରିଥିଲା । ବିଶ୍ୱରେ ଗଭୀର ହେଉଥିବା ମାନ୍ଦାବସ୍ଥା ମଧ୍ୟରେ ଏଭଳି ହେବା ସ୍ୱାଭାବିକ । କିନ୍ତୁ ଏହି ଅନୁମାନ ମଧ୍ୟରେ ଆଇଏମଏଫ ଭାରତକୁ ବିଶ୍ୱର ସବୁଠୁ ଦ୍ରୁତ ଭାବରେ  ବଢ଼ୁଥିବା ଅର୍ଥବ୍ୟବସ୍ଥା ବୋଲି ମଧ୍ୟ କହିଛି । ମୁଖ୍ୟ ଅର୍ଥଶାସ୍ତ୍ରୀ ପିୟରେ ଓଲିଭିୟର ଗୌରିନଚାସ ଭାରତୀୟ ଅର୍ଥନୀତିର ପ୍ରଶାଂସା କରିବା ସହ କହିଛନ୍ତି ଯେ ଭାରତ ୧୦ ଟ୍ରିଲିୟନ ଡଲାର  ଅର୍ଥବ୍ୟବସ୍ଥାର କ୍ଷମତା ରଖିଛି ।

ଗୌରିନଚାସଙ୍କ ଅନୂଯାୟୀ,  ଶିକ୍ଷା ଏବଂ ସ୍ୱାସ୍ଥ୍ୟରେ ନିବେଶ ବଢ଼ାଇ ଭାରତୀୟ ଅର୍ଥବ୍ୟବସ୍ଥାକୁ ଅଧିକ ଗତିଶୀଳ କରିହେବ । ଏହାଦ୍ୱାରା ଭାରତ ୧୦ ଟ୍ରିଲିୟନ ଡଲାରର ଅର୍ଥନୀତି ନିକଟରେ ପହଞ୍ଚିପାରେ । ଏହା ସହ ସେ କିଛି ଦୃଢ଼ ପଦକ୍ଷେପ ନେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ଯାହାଦ୍ୱାରା ଭାରତ ନିଜ ଲକ୍ଷ୍ୟକୁ ହାସଲ କରିପାରେ । ସେ କହିଛନ୍ତି ଯେ ଭାରତରେ କୋଠା ଏବଂ ସଡ଼କ ନିର୍ମାଣରେ ନିବେଶ ତ’ ହେଉଛି କିନ୍ତୁ ଯଦି ମାନବ ସଂସାଧନରେ ନିବେଶ ବଢ଼ାଯାଉଛି ତେବେ ଭାରତ ମଧ୍ୟ ଦ୍ରୁତ ଭାବରେ ଆଗକୁ ବଢ଼ିବ ।

ପିୟରେ ଓଲିଭିୟର କହିଛନ୍ତି ଯେ ୧୦ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ହେବାର କ୍ଷମତା ସବୁଦେଶର ନଥାଏ । କିଛି ଦେଶ ପାଇଁ ବହୁତ ମୁସ୍କିଲ । କିନ୍ତୁ ଭାରତ ଏହି ଟାର୍ଗେଟ ହାସଲ କରିବାର କ୍ଷମତା ରଖୁଛି । ସେ ଆହୁରି କହିଛନ୍ତି ଏମିତିବି ଦେଶ ଅଛନ୍ତି ଯେଉଁମାନେ ୧୦ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ହେବାର ରାସ୍ତା ଦ୍ରୁତ ଭାବରେ ପାର୍ କରିଛନ୍ତି ।

ଆଇଏମଏଫ ଚିଫ୍ ଇକୋନୋମିଷ୍ଟ କହିଛନ୍ତି ଯେ ଭାରତ ଦୁନିଆର ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରେ ପରିଗଣିତ । ଏମିତିରେ ଭାରତକୁ ୬.୮ ପ୍ରତିଶତ କିମ୍ବା ପୁଣି ୬.୧ ପ୍ରତିଶତ ଦରରେ ବିକାସ କରିବା ବଡ଼ କଥା ଏବଂ ଏହା ଉପରେ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.