fbpx

Jio Ture 5G: ଆସନ୍ତାକାଲି ଦଶହରାରେ ହେବ ଲଞ୍ଚ, ଦେଶର ୪ଟି ସହରର ୟୁଜର୍ସଙ୍କୁ ମିଳିବ ସର୍ଭିସ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ୫ଜି ସର୍ଭିସ ଘୋଷଣା କରିସାରିଛି । କମ୍ପାନୀ ୪ଟି ସହରରେ ୫ଜି ସର୍ଭିସ ଲଞ୍ଚ କରିବ । ଏହି ସର୍ଭିସର ଫାଇଦା ଆପଣମାନେ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୫ ତାରିଖରୁ ଉଠାଇ ପାରିବେ । କମ୍ପାନୀ ଏହି ସର୍ଭିସ ସହିତ ୱେଲକମ ପ୍ଲାନର ମଧ୍ୟ ଘୋଷଣା କରିଛି । ୟୁଜର୍ସମାନେ ଜିଓ ଟିଉର ୫ଜି ସର୍ଭିସର ଫାଇଦା ଦଶହରା ଅବସରରେ ଉଠାଇ ପାରିବେ ।

ପ୍ରାରମ୍ଭିକ ଭାବେ କମ୍ପାନୀ ଦିଲ୍ଲୀ, ବାରାଣସୀ, ମୁମ୍ବାଇ ଓ କୋଲକତାରେ ନିଜର ସର୍ଭିସକୁ ଲାଇଭ୍ କରିବ । ଯଦି ଆପଣମାନେ ଏହି ସହରମାନଙ୍କରେ ରହୁଥିବେ, ତେବେ ଆସନ୍ତାକାଲିଠାରୁ ୫ଜି ସର୍ଭିସ ୟୁଜ୍ କରିପାରିବେ । ଏହି ଅବସରରେ କମ୍ପାନୀ ଏକ ୱେଲକମ୍ ଅଫର ମଧ୍ୟ ଜାରି କରିଛି । ୱେଲକମ୍ ଅଫର ଜରିଆରେ କମ୍ପାନୀ ୟୁଜର୍ସଙ୍କୁ ୫ଜି ସର୍ଭିସର ଏକ୍ସପରିୟନ୍ସ କରିବାର ଏକ ସୁଯୋଗ ଦେଉଛି । ୟୁଜର୍ସମାନେ ଏହି ସର୍ଭିସକୁ ଅଧିକ ଶାନଦାର କରିବା ନେଇ ନିଜର ଫିଡବ୍ୟାକ୍ ମଧ୍ୟ ଦେଇପାରିବେ ।

ଆସନ୍ତାକାଲିଠାରୁ ସମସ୍ତ ୫ଜି ହ୍ୟାଣ୍ଡସେଟ ୟୁଜର୍ସଙ୍କୁ ଜିଓ ୫ଜି ମିଳିବ ନାହିଁ । କମ୍ପାନୀ ଏବେ ଏହାକୁ ଇନଭାଇଟ୍ ବେସଡ୍ ରଖିଛି । ଇନଭାଇଟ୍ ୫ଜି ହ୍ୟାଣ୍ଡସେଟ ୟୁଜର୍ସଙ୍କୁ ହିଁ ୫ଜି ସେବା ମିଳିବ । ମାତ୍ର କେତେ ୟୁଜର୍ସଙ୍କୁ କମ୍ପାନୀ ଇନଭାଇଟ୍ ପଠାଇବ ସେନେଇ କିଛି ସ୍ପଷ୍ଟ ଭାବେ କୁହାଯାଇନାହିଁ । ଜିଓର ସର୍ଭିସ ଷ୍ଟାଣ୍ଡ ଅଲୋନ ଆର୍କିଟେକ ଉପରେ କାର୍ଯ୍ୟ କରିବ । ଏଥିରେ ୟୁଜର୍ସଙ୍କୁ ଆଡଭାନ୍ସ ୫ଜି ନେଟୱାର୍କ ମିଳିବ । ଏଥିସହିତ ୪ଜି ନେଟୱାର୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଏଥିରେ ୟୁଜର୍ସଙ୍କୁ ଲୋ-ଲେଟେନ୍ସି, ମଶୀନ-ଟୁ-ମଶୀନ କମ୍ୟୁନିକେସନ, ୫ଜି ଭଏସ୍, ଏଜ୍ କମ୍ପ୍ୟୁଟିଂ ଓ ନେଟୱର୍କ ସ୍ଲାଇସିଂ ପରି ଫଙ୍କସନ୍ ମିଳିବ । ଏଥିସହିତ କମ୍ପାନୀ ୱେଲକମ୍ ଅଫର ଦେଉଛି । ଏହି ଅଫରରେ ଗ୍ରାହକଙ୍କୁ ଅସୀମିତ ୫ଜି ଡାଟା ସହିତ ୧ ଜିବିପିଏସ ପ୍ଲସର ସ୍ପିଡରେ ମିଳିବ । କମ୍ପାନୀ ଖୁବଶୀଘ୍ର ଦ୍ୱିତୀୟ ବୀଟା ଟ୍ରାଏଲ ସହରଗୁଡ଼ିକର ଲିଷ୍ଟ ଜାରି କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.