fbpx

Jio ୟୁଜର୍ସଙ୍କୁ ଖୁବଶୀଘ୍ର ମିଳିବ ୫ଜି ସୁବିଧା, ଜାଣନ୍ତୁ କ’ଣ ରହିଛି କମ୍ପାନୀର ପ୍ଲାନିଂ

AAKASH

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ଦୂରସଞ୍ଚାର କମ୍ପାନୀ ଜିଓର ସମସ୍ତ ୟୁଜର୍ସଙ୍କ ପାଇଁ ଏକ ନୂଆ ଅପଡେଟ୍ ଆସିଛି । ଖୁବଶୀଘ୍ର ୟୁଜର୍ସମାନେ ୫ଜି ସୁବିଧା ପାଇପାରିବେ । ଦେଶର ଟପ ଏକ ହଜାର ସହରରେ ୫ଜି ସେବା ଆରମ୍ଭ ନେଇ ପ୍ରସ୍ତୁତି ଚାଲିଛି । ସୂଚନା ମୁତବକ, ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଆରମ୍ଭ କରାଯିବ । ଜିଓ ନିଜର ଫାଇବର କ୍ଷମତାକୁ ବୃଦ୍ଧି ନେଇ ଏକ ପାଇଲଟ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛି । ତେବେ ଏହି ଅପରେସନ ନେଇ କମ୍ପାନୀ କିଛି ଟିମ୍ ଗଠନ କରିଥିବା ନେଇ ସୂଚନା ଦେଇଛନ୍ତି ରିଲାଏନ୍ସ ଜିଓ ଇନଫୋକମର ଅଧ୍ୟକ୍ଷ କିରଣ ଥୋମାସ୍ ।

ସେ କହିଛନ୍ତି ଯେ, ୫ଜି କଭରେଜ୍ ପାଇଁ ଦେଶର ପାଖାପାଖି ହଜାରେଟି ସହରରେ ଯୋଜନା ଆରମ୍ଭ ହୋଇସାରିଛି । କମ୍ପାନୀ ୫ଜି ନେଟୱାର୍କର ପରୀକ୍ଷଣ ହେଲଥକେୟର ଓ ଇଣ୍ଡଷ୍ଟ୍ରିଆଲ ଆଟୋମେସନ ପରି ଆଡଭାନ୍ସ କ୍ଷେତ୍ରରେ କରୁଛି । ସମଗ୍ର ଦେଶରେ ଜିଓ ୫ଜି ନେଟୱାର୍କ ପାଇଁ ପାଇଲଟ ପ୍ରୋଜେକ୍ଟ ଜାରି ରଖିଛି । ଏଥିସହ ୫ଜି ସେବାର ଶୁଭାରମ୍ଭ ପାଇଁ ଟେମ୍ପଲେଟ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହି ସେବା ପାଇଁ ଆଡଭାନ୍ସ ନେଟୱାର୍କ ଟେକନିକର ଆବଶ୍ୟକତା ରହିଛି । ତେଣୁ ଏଥିପାଇଁ ନୂଆ ଟେକନିକର ସହାୟତାରେ ନେଟୱାର୍କର ଟେମ୍ପଲେଟ୍ ପ୍ରସ୍ତୁତ କରାଯାଉଛି । ଏହି ଅବସରରେ କମ୍ପାନୀ ଦେଶର ଅନେକ ସହରରେ ୫ଜି ଟ୍ରାଏଲ ଆରମ୍ଭ କରିଦେଇଛି । ସୂଚନାଯୋଗ୍ୟ ଯୋଗ୍ୟ ଯେ, ଜିଓ ପୂର୍ବରୁ ଏୟାରଟେଲ ମଧ୍ୟ ୫ଜି ଟ୍ରାଏଲ ଲଞ୍ଚ କରିଥିଲା । ଏୟାରଟେଲ ଏରିକସନ ସହ ବୁଝାମଣା କରି ଗୁରୁଗ୍ରାମରେ ୫ଜି ଟ୍ରାଏଲ ଆରମ୍ଭ କରିଥିଲା ।

Get real time updates directly on you device, subscribe now.