fbpx
BSKY SKY
BSKY SKY

ପ୍ରତି ମାସରେ ମଜୁରିଆଙ୍କୁ ମିଳିବ ୩୦୦୦ ଟଙ୍କା, ଜାଣନ୍ତୁ କେଉଁଠି ଓ କିପରି ଭରିବେ ଆବେଦନ

BSKY

ନୂଆଦିଲ୍ଲୀ: ସରକାର ଦେଶର ଗରିବ ଓ ବେରୋଜଗାରଙ୍କ ସହାୟତା ପାଇଁ ନାନା ପ୍ରକାରର ଜନକଲ୍ୟାଣ ଯୋଜନା ଚଳାଉଛନ୍ତି । ପ୍ରଧାନମନ୍ତ୍ରୀ କିସାନ ଯୋଜନା ପରି ସରକାର ବିଭିନ୍ନ ପ୍ରକାର ଯୋଜନା ଦ୍ୱାରା ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ୬୦ ବର୍ଷ ବୟସ ପରେ ଅସଂଗଠିତ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଶ୍ରମିକମାନଙ୍କୁ ପେନ୍‌ସନ୍‌ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଆରମ୍ଭ କରିଛନ୍ତି ।

ଏହି ଯୋଜନା ଅଧୀନରେ ଶ୍ରମିକ, ଇଟାଭାଟି କିମ୍ବା ନିର୍ମାଣ କାର୍ଯ୍ୟରେ କାମ କରୁଥିବା ଲୋକ, ଜୋତା ଚପଲ ତିଆରି କରୁଥିଲା, ଅଳିଆ ଉଠାଉଥିବା ବ୍ୟକ୍ତି, ଘରୋଇ ଶମ୍ରିକ, ଧୋବୀ, ରିକ୍ସ ଚାଳକ, ଜମିହୀନ ଶ୍ରମିକ, ବିଡି ୱର୍କର୍ସ ଭଳି ଅନ୍ୟାନ୍ୟ ଶ୍ରମିକଙ୍କୁ ପେନସନ୍ ଦିଆଯାଉଛି । ଏହା ସହିତ ୧୫ ହଜାର ରୁ କମ୍ ଟଙ୍କା ରୋଜଗାର କରୁଥିବା ଶ୍ରମିକଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଏହି ଯୋଜନା ସହ ଜଡ଼ିତ ବ୍ୟକ୍ତିଙ୍କୁ ୬୦ ବର୍ଷ ପୂରା ହେବା ପରେ ପ୍ରତି ମାସରେ ୩ହଜାର ଟଙ୍କା ଲେଖାଏଁ ପେନସନ୍ ଦିଆଯାଉଛି । ଏହା ଭିତରେ ଯଦି କୌଣସି ଲାଭାର୍ଥୀଙ୍କ ମୃତ୍ୟୁ ହୋଇଯାଉଛି ତାହେଲେ ପେନସନ୍ ହିସାବରେ ୫୦ ପ୍ରତିଶତ ଟଙ୍କା ସ୍ୱାମୀ କିମ୍ବା ସ୍ତ୍ରୀକୁ ଦିଆଯାଇଥାଏ । ତେବେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଲାଭ ଉଠାଇବା ପାଇଁ ଶ୍ରମିକଙ୍କୁ ନିଜର ରେଜିଷ୍ଟ୍ରେନ୍ କରିବାକୁ ହେବ ।

ଆକଳନ ମୁତାବକ, ଦେଶରେ ପାଖାପାଖି ୪୨ କୋଟି ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ରହିଛନ୍ତି । ଏହି ଯୋଜନାରେ ଆବେଦନ କରୁଥିବା ଲାଭାର୍ଥୀଙ୍କ ବୟସସୀମା ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଦରକାର । ସେମାନଙ୍କୁ ୫୫ ଟଙ୍କା ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ୬୦ ବର୍ଷ ପର୍ଯ୍ୟନ୍ତ ଦେବାକୁ ହେବ । ଏମାନଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍ ହୋଇଥିବା ଦରକାର । ୬୦ ବର୍ଷ ପୂରା ହେବା ପରେ ଏମାନଙ୍କୁ ପେନସନ୍ ଦିଆଯିବ ।

ଏଥିପାଇଁ ଆବେଦନ କରିବାକୁ ଆପଣ ଅଫିସିଆଲ୍ ୱେବସାଇଟ୍ www.maandhan.in କୁ ଯାଆନ୍ତୁ । ଏହାପରେ ସେଲ୍ଫ ଏନରୋଲମେଣ୍ଟରେ କ୍ଲିକ୍ କରନ୍ତୁ । ପ୍ରଥମେ ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ । ଏହାପରେ ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ । ନାମ, ଇମେଲ୍ ଓ କ୍ୟାପଚା କୋଡ୍ ଭରନ୍ତୁ ଓ ଓଟିପି ଜେନେରେଟ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପ୍ଲିକେସନ୍ ପେଜ୍ ଖୋଲିଯିବ । ପେଜ୍ ଖୋଲିବା ପରେ ମଗାଯାଇଥିବା ସମସ୍ତ ତଥ୍ୟ ଦେଇ ସବମିଟ୍ କରନ୍ତୁ ।

Get real time updates directly on you device, subscribe now.