fbpx

ଏୟାରଟେଲକୁ ପଛରେ ପକାଇ ରିଲାଏନ୍ସ ଜିଓ ନମ୍ବର ୱାନ

ଭୁବନେଶ୍ୱର, ୨୬ା୨(ଓଡ଼ିଶା ଭାସ୍କର): ବଜାରରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଓ ଟ୍ରାଇ ତଥ୍ୟ ଅନୁସାରେ ଏୟାରଟେଲକୁ ପଛରେ ପକାଇ ଗ୍ରାହକ ସଂଖ୍ୟା ଓ ରାଜସ୍ୱ ଅଂଶ କ୍ଷେତ୍ରରେ ଜିଓ ନମ୍ବର ୱାନରେ ରହିଛି । ୨୦୧୯ ଡିସେମ୍ବର ସୁଦ୍ଧା ଓଡ଼ିଶାରେ ଜିଓ ଗ୍ରାହକ ସଂଖ୍ୟା ୧.୧୮ କୋଟି ରହିଛି । ୨୦୧୯ରେ ଓଡ଼ିଶାରେ ଜିଓ ଯୋଡ଼ିଛି ୩୭ଲକ୍ଷ ନୂଆ ଗ୍ରାହକ । ଓଡ଼ିଶାର ୩୬% ଗ୍ରାହକ ଓ ୫୮% ରାଜସ୍ୱ ବଜାର ଅଂଶ ହାସଲ କରିଛି । ୨୦୧୯ ରେ ଓଡ଼ିଆ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି ରିଲାଏନ୍ସ ଜିଓ । ସେହିପରି ଏୟାରଟେଲର ଗ୍ରାହକ ସଂଖ୍ୟା ୧.୧୭କୋଟି ଥିବା ବେଳେ ବିଏସଏନଏଲର ୬୦ଲକ୍ଷ୍ୟ ରହିଛି ।

Get real time updates directly on you device, subscribe now.