fbpx

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଫୁଟବଲ-୨୦୨୦ର କପ୍, ଜ୍ୟାକେଟ ଏବଂ ମାସକଟ୍ ଲୋକାର୍ପିତ

ଭୁବନେଶ୍ୱର, ୨୬ା୨(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଫୁଟବଲ ୨୦୨୦ କପ୍,ଜ୍ୟାକେଟ ଏବଂ ମାସକଟ୍ ଲୋକାର୍ପିତ ହୋଇଯାଇଛି । ଏହାକୁ ଲୋକସେବା ଭବନରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି , ଜାତି ଜନଜାତି ବିକାଶ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ଉନ୍ନୟନ କମିଶନର, କ୍ରୀଡ଼ା ସଚିବ ମଧ୍ୟ ଉପସ୍ଥିତ ରହିଥିଲେ । ମାର୍ଚ୍ଚ ୫ରେ ବାରବାଟୀ ଷ୍ଟାଡ଼ିୟମରେ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ରାଜ୍ୟର ନଅ ଗୋଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ ମଧ୍ୟରେ ଫେବୃଆରୀ ୧୪ ତାରିଖରୁ ପ୍ରତିଯୋଗିତା ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲୁ ରହିଛି ।

Get real time updates directly on you device, subscribe now.