fbpx

ଦିଲ୍ଲୀ ହିଂସାକାଣ୍ଡ, ୧୦୬ଜଣ ଗିରଫ

ନୂଆଦିଲ୍ଲୀ, ୨୬ା୨: ଦିଲ୍ଲୀ ଉତ୍ତର-ପୂର୍ବ ହିଂସାକାଣ୍ଡ ନେଇ ଦିଲ୍ଲୀ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ହିଂସାକାଣ୍ଡ ନେଇ ୧୦୬ଜଣଙ୍କୁ ଗିରଫ କରାଯାଇଥିବା ନେଇ ସମ୍ମିଳନୀରେ ପୋଲିସ ସୂଚନା ଦେଇଛି । ଏହାସହ ହିଂସାକାଣ୍ଡ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଡ୍ରୋନ ଜରିଆରେ ପ୍ରଭାବିତ ଅଞ୍ଚଳ ଉପରେ ନଜର ରଖାଯାଇଛି । ସିସିଟିଭି ଫୁଟେଜ ଆଧାରରେ ପଦକ୍ଷେପ ନିଆଯାଇଛି । ଅସାମାଜିକ ତତ୍ତ୍ୱଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲିି ପୋଲିସ ସୂଚନା ଦେଇଛି ।
ଦିଲ୍ଲୀର ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଏହାସହ ପ୍ରାୟ ୨୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ହିଂସାକାଣ୍ଡ ଘଟିଥିବା ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବା ସହ ଉତ୍ତର-ପୂର୍ବ ଦିଲ୍ଲୀରେ ମାସେ ପାଇଁ ୧୪୪ଧାରା ଜାରି କରାଯାଇଛି । ଏହାସହ ଦିଲ୍ଲୀର ଚାରୋଟି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି ।

Get real time updates directly on you device, subscribe now.