fbpx

ଶ୍ରୀଜୀଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ପୁରୀ, ୨୬ା୨(ଓଡ଼ିଶା ଭାସ୍କର): ପୁରୀରେ ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ମମତା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରି ଶାନ୍ତି ମିଳିଲା ଓ ବହୁତ ଖୁସି ଲାଗିଲା । ଏହାସହ ଦେଶର ଶାନ୍ତି ବଜାୟ ରହୁ ଏବଂ ବନ୍ଧୁତ୍ୱ ପରିବେଶ ସୃଷ୍ଟି ହେଉ ବୋଲି କହିଛନ୍ତି । ଦେଶର ହିଂସାଜନକ ସ୍ଥିତି ଠିକ ନୁହେଁ । ଶେଷକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ମଧ୍ୟ ସେ କହିଛନ୍ତି । ସେ କହିଛନ୍ତି ଯେ ନବୀନ ହେଉଛନ୍ତି ମୋର ଭଲ ବନ୍ଧୁ ।

Get real time updates directly on you device, subscribe now.