ରିଚାର୍ଜ ଝିନଝଟରୁ ମୁକ୍ତି… ୯୦୦ ଟଙ୍କାରେ ଜିଓ ଗ୍ରାହକ କରିପାରିବେ ବର୍ଷିକିଆ ରିଚାର୍ଜ, ଜାଣନ୍ତୁ ଭିଆଇ, ବିଏସଏନଏଲର ରିଚାର୍ଜ ପ୍ଲାନ୍ ସମ୍ପର୍କରେ

Jio ଗ୍ରାହକଙ୍କୁ ୩୩୬ ଭାଲିଡିଟି ପ୍ଲାନ ପାଇଁ ୮୯୫ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ । ମିଳିବ ୨୪ ଜିବି ହାଇ ସ୍ପିଡ୍ ଇଣ୍ଟରନେଟ୍ ଡେଟା ।

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ଜିଓ, ଏୟାରଟେଲ୍, ଭିଆଇ ଏବଂ ବିଏସଏନଏଲ୍ ଗ୍ରାହକଙ୍କ ପାଇଁ ଆଣିଦେଇଛି ଖୁସି ଖରବ ।

ଜିଓ ଆଣିଛି ଉଭୟ ୩୩୬ ଏବଂ ୩୬୫ ଦିନ ପାଇଁ ରିଚାର୍ଜ ପ୍ଲାନ୍ । ୩୩୬ ଭାଲିଡିଟି ପ୍ଲାନ ପାଇଁ ୮୯୫ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ । ଏହି ପ୍ଲାନରେ ୨୪ ଜିବି ହାଇ ସ୍ପିଡ୍ ଇଣ୍ଟରନେଟ୍ ଡେଟା ଗ୍ରାହକଙ୍କୁ ମିଳିବ ।

୨୮ ଦିନରେ ୫୦ ଏସଏମଏସ, ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍ର ଫ୍ରି ଆକ୍ସେସ୍ ମିଳିବ । ଏହି ପ୍ଲାନ୍ ପାଇଁ ଜିଓ ୩୫୯୯ ଟଙ୍କା ଡିମାଣ୍ଡ ଚାର୍ଜ କରିଥାଏ । କିନ୍ତୁ ନୂଆ ବର୍ଷ ପାଇଁ ଏହି ଅଫର ଆସିଛି ।

ଏହି ରିଚାର୍ଜ ପ୍ଲାନରେ ପ୍ରତ୍ୟେକ ଦିନ ୨.୫ ଜିବି ଡେଟା ଅନଲିମିଟେଡ୍ କଲିଂ ଏବହ ପ୍ରତ୍ୟେକ ଦିନ ୧୦୦ଟି ଏସଏମଏସ୍ ସୁବିଧା ମିଳେ ।

ଭିଆଇ ୩୬୫ ଦିନ ପାଇଁ ୧୯୯୯ ଟଙ୍କାରେ ରିଚାର୍ଜ ଅଫର ଆଣିଛି । ଦୁଇଟିଯାକ କମ୍ପାନୀ ୨୪ ଜିବି ହାଇସ୍ପିଡ୍ ଡେଟା, ଅନ୍ଲିମିଟେଡ୍ କଲିଂ ଏବଂ ୧୦୦ ଏସଏମଏସ୍ ସୁବିଧା ଦେଇଥାଏ ।

ସେହିପରି ବିଏସଏନଏଲ୍ ୩୬୫ ଦିନ ରିଚାର୍ଜ ପାଇଁ ୨୯୯୯ ଟଙ୍କା ରିଚାର୍ଜ ଅଫର ରଖିଛି । ୪ଜିର ହାଇସ୍ପିଡ୍ ଇଣ୍ଟରନେଟ ସେବା ସହ ପ୍ରତିଦିନ ୩ ଜିବି ଡେଟା ମିଳିବ । ୧୦୦ ଏସଏମଏସ ସାଙ୍ଗକୁ ଅନଲିମିଟେଡ୍ କଲ୍ ସୁବିଧା ଦେବ ବିଏସଏନଏଲ୍ ।