Jioର ଜବରଦସ୍ତ ପ୍ଲାନ ଉଡାଇଲା ଏୟାରଟେଲ୍‌, BSNLର ହୋସ: ଜାଣନ୍ତୁ କ’ଣ ଦେଉଛି ଫାଇଦା ?

ରିଲାଏନ୍ସ ଜିଓ ନିକଟରେ ଏକ ନୂଆ ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି, ଯାହା ଏୟାରଟେଲ୍ ଓ BSNLର ଚିନ୍ତା ବଢ଼ାଇଛି। ଏହି ପ୍ଲାନଗୁଡ଼ିକ କମ୍ ମୂଲ୍ୟରେ ଅଧିକ ଡାଟା, ଅନଲିମିଟେଡ୍ କଲ୍ ଏବଂ OTT ସୁବିଧା ପ୍ରଦାନ କରୁଛି, ଯାହା ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଆସନ୍ତୁ ଜାଣିବା ଜିଓର ଏହି ପ୍ଲାନଗୁଡ଼ିକରେ କ’ଣ ଫାଇଦା ମିଳୁଛି ଏବଂ ଏହା କିପରି ଏୟାରଟେଲ୍ ଓ BSNLକୁ ଟକ୍କର ଦେଉଛି।

ଜିଓର ୮୪ ଦିନ ସମୟସୀମା ପର୍ଯ୍ୟନ୍ତ ଏକ ଶସ୍ତା ପ୍ଲାନ୍‌ ରହିଛି । ଏଥିରେ ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗ ସହ ଡାଟା ଅଫର୍‌ ପ୍ରଦାନ କରାଯାଏ । ଜିଓର ଏହି ପ୍ଲାନ୍‌ ଏୟାରଟେଲ୍‌, ବିଏସଏନଏଲ ଓ ଭୋଡାଫୋନ୍‌ ଆଇଡିଆର ପ୍ଲାନ୍‌କୁ ପଛରେ ପକାଇଛି ।

ଜିଓର ଏହି ପ୍ଲାନ୍‌ ୯୪୯ ଟଙ୍କା । ଏଥିରେ ଅସୀମିତ କଲିଙ୍ଗ, ଦୈନିକ ୨ ଜିବି ହାଇସ୍ଫିଡ୍‌ ଡାଟା, ୧୦୦ ଏସଏମଏସ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି ।

ଜିଓ ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍‌ରେ ଅସୀମିତ ୫ଜି ଡାଟା ମଧ୍ୟ ପ୍ରଦାନ କରୁଛି। ଏହି ଅଫର୍ ୫ଜି ସ୍ମାର୍ଟଫୋନ୍ ଏବଂ ୫ଜି ନେଟୱାର୍କ ସହିତ ଉପଲବ୍ଧ । କେବଳ ଏତିକି ନୁହେଁ, ଜିଓ ଏହି ପ୍ଲାନ ସହିତ ଓଟିଟି ଆପ୍ସକୁ ମାଗଣାରେ ଆକ୍ସେସ୍ ମଧ୍ୟ ଦେଉଛି। ଏହି ପ୍ଲାନରେ ଉପଭୋକ୍ତାମାନେ ୮୪ ଦିନ ପାଇଁ ଜିଓ ହଟ୍‌ଷ୍ଟାର୍‌ ସବସ୍କ୍ରିପସନ୍ ପାଇବେ। ଏହା ସହିତ ଜିଓ ଟିଭି ଓ ଜିଓ କ୍ଲାଉଡ୍‌ର ଆକ୍ସେସ୍ ମଧ୍ୟ ଉପଲବ୍ଧ ।

୮୪ ଦିନ ବୈଧତା ସହିତ ଜିଓର ଅନ୍ୟ ପ୍ଲାନରେ କମ୍ପାନୀର ଦୈନିକ ୨ଜିବି ଡାଟା ସହିତ ଆଉ ଚାରୋଟି ରିଚାର୍ଜ ପ୍ଲାନ ଅଛି, ଯେଉଁଥିରେ ଉପଭୋକ୍ତାମାନଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରାଯାଇଛି। ଜିଓର ଏହି ଚାରୋଟି ପ୍ଲାନ – ୧୦୨୮ ଟଙ୍କା, ୧୦୨୯, ୧୦୪୯ ଏବଂ ୧୨୯୯ ଟଙ୍କାରେ, ଉପଭୋକ୍ତାମାନେ ସାରା ଭାରତରେ ଯେକୌଣସି ନେଟୱାର୍କରେ ଅସୀମିତ କଲିଂ ଏବଂ ମାଗଣା ଜାତୀୟ ରୋମିଂର ସୁବିଧା ପାଇବେ। ଏହା ବ୍ୟତୀତ, ଉପଭୋକ୍ତାମାନଙ୍କୁ ଦୈନିକ ୨ ଜିବି ଡାଟା ଏବଂ ୧୦୦ ମାଗଣା ଏସଏମଏସ ସହିତ ଅସୀମିତ ୫ଜି ଡାଟା ପ୍ରଦାନ କରାଯିବ।

୧୦୨୮ ଟଙ୍କା ପ୍ଲାନରେ, ଉପଭୋକ୍ତାମାନେ ସ୍ୱିଗି ୱାନ୍‌ ଲାଇଟ୍‌ର ସବସ୍କ୍ରିପସନ୍ ପାଇବେ। ସେହିପରି ୧୦୨୯ ଟଙ୍କାର ପ୍ଲାନରେ ଅମାଜନ୍‌ ପ୍ରାଇମ୍‌ ଭିଡିଓ ସବସ୍କ୍ରିପସନ ପ୍ରଦାନ କରାଯାଉଛି। ଏହା ବ୍ୟତୀତ ୧୦୪୯ ଟଙ୍କାର ପ୍ଲାନରେ ୟୁଜର୍ସଙ୍କୁ ସୋନି ଲାଇଭ୍‌ ଏବଂ ଜୀ୫ର ସବସ୍କ୍ରିପସନ ପ୍ରଦାନ କରାଯିବ। ୧୨୯୯ ଟଙ୍କାର ପ୍ଲାନରେ ନେଟ୍‌ଫ୍ଲିକ୍ସର ସବସ୍କ୍ରିପସନ ପାଇବେ।