fbpx

ବିନା ପରୀକ୍ଷାରେ IIMରେ ମିଳିବ ଚାକିରି: ହାତଛଡା କରନ୍ତୁ ନାହିଁ ଏହି ସୁବର୍ଣ୍ଣ ସୁଯୋଗ

Advertisement

ନୂଆଦିଲ୍ଲୀ: ଭାରତୀୟ ପ୍ରବନ୍ଧନ ସଂସ୍ଥାନ ତରଫରୁ ନୂତନ ନିଯୁକ୍ତି ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଫ୍ୟାକଲ୍ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଓଓଗ । ତେବେ ଏହା ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି । ଏହି ପଦବୀ ହାସଲ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ IIM Bodh Gayaର ଅଫିସିଆଲ ୱେବସାଇଟ iimbg.ac.inକୁ ଯାଇ ଅନଲଶଇନରେ ଆବେଦନ କରିପାରିବେ । ତେବେ ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨୧ ରହିଛି ।

ଇଚ୍ଛୁକ ପ୍ରାର୍ଥୀମାନେ https://iimbg.ac.in/ ଲିଙ୍କକୁ ଯାଇ ମଧ୍ୟ ଖୁବ ସହଜରେ ଆବେଦନ କରିପାରିବେ । ଏଡି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୫ଟି ଖାଲି ପଦବୀ ପାଇର୍ ପ୍ରାର୍ଥୀ ଚୟନ କରାଯିବ । ତେବେ ଅଧିକ ବିବରଣୀ ପାଇଁ https://iimbg.ac.in/wp ଲିଙ୍କକୁ ଫଲୋ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ଖାଲି ପଦବୀ ମଧ୍ୟରେ ଏସସି ପାଇଁ ୧୧ଟି ପଦ ଥିବା ବେଳେ ଏସଟି ପାଇଁ ୬ଟି ପଦ ରହିଛି । ସେହିପରି ଏନସି-ଓବିସି ୧୭ଟି ପଦ ଖାଲି ରହିଛି ଏବଂ ଇଡବ୍ଲୁଏସରେ ୮ଟି ପଦ ଏବଂ ପିଡବ୍ଲୁଡିରେ ୩ଟି ପଦ ରହିଛି । ଆସନ୍ତା ମାର୍ଚ୍ଚ ୨୧ ତାରିଖ ମଧ୍ୟରେ ଏହି ପଦବୀ ପାଇର୍ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ବ୍ୟକ୍ତିଗତ ଇଣ୍ଟରଭ୍ୟୁ ଦ୍ୱାରା ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.