fbpx

ଚାକିରି କରିବେ ନା ପିଲା ସମ୍ଭାଳିବେ? ୩ ବର୍ଷର ଶିଶୁ ଠାରୁ ମୁକ୍ତି ପାଇଁ ଦମ୍ପତ୍ତି ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: କଥାରେ ଅଛି ମାତା ପିତାଙ୍କ ପାଇଁ ଦୁନିଆରେ ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ସନ୍ତାନ । ସନ୍ତାନର ସୁରକ୍ଷା ପାଇଁ ମାତା ପିତାମାନେ ସାରା ଦୁନିଆ ସହ ଲଢ଼ିପାରିବେ । କିନ୍ତୁ ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜନୈକ ଦମ୍ପତ୍ତି ନିଜ ୩ ମାସର ଶିଶୁ ଠାରୁ ମୁକ୍ତି ପାଇବା ପାଇଁ ଏପରି କିଛି କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଘଟଣା କେଉଁ ଅଞ୍ଚଳର କିଛି ଜଣାପଡ଼ି ନାହିଁ ।

ଆଜିକାଲିର ଡିଜିଟାଲ ଯୁଗରେ ଉଭୟ ଦମ୍ପତ୍ତି କର୍ମଜୀବୀ ହେବାକୁ ପସନ୍ଦ କରୁଛନ୍ତି । ଏଥିମଧ୍ୟରେ ସେମାନେ ନିଜ କାର୍ଯ୍ୟକୁ ଏତେ ଗୁରୁତ୍ୱପୂର୍ଣ୍ଣ ଦେଉଛନ୍ତି ଯେ ପରିବାର ଦାୟିତ୍ୱକୁ ଅଣଦେଖା କରୁଛନ୍ତି । ନିକଟରେ ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଯେଉଁଠି ଜଣେ ଦମ୍ପତ୍ତି ନିଜର ୩ ମାସର ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସୂଚନାରୁ ପ୍ରକାଶ ଜଣେ ବ୍ୟକ୍ତି ନିଜ ନାଁ ଉଲ୍ଲେଖ ନ କରି ଜରୟୟସଗ୍ଧରେ ଲେଖିଛନ୍ତି, ‘ମୁଁ ଏବଂ ମୋ ପତ୍ନୀ କୈଥରୀନ୍ ଦୁହେଁ କର୍ମଜୀବୀ । ଆମେ ନିଜ କାର୍ଯ୍ୟକୁ ପ୍ରାଥମିକତା ଦେଉ । କିନ୍ତୁ ଆମ ଝିଅ ‘ଏଲିଜାବେଥ୍’ ଆସିବା ପରେ କୈଥରୀନ୍ ଦୁଃଖି ରହୁଛନ୍ତି । ସୌଭାଗ୍ୟ ବଶତଃ କୈଥରୀନଙ୍କ  ମା’ ଆମ ସହ ରହୁଛନ୍ତି ଏବଂ ଝିଅର ଦାୟିତ୍ୱ ବୁଝୁଛନ୍ତି । ଏଲିଜାବେଥ୍କୁ ଯେତେବେଳେ କୌଣସି ଜିନିଷର ଆବଶ୍ୟକତା ଥାଏ କୈଥରୀନ୍ କେବଳ ସେତେବେଳେ ଝିଅକୁ ଦେଖିଥାଏ । ଝିଅ କାନ୍ଦିଲେ ମଧ୍ୟ କୈଥରୀନ୍ ତାକୁ କୋଳରେ ଧରିନଥାଏ । ଏଭଳି ସମସ୍ୟା ଠାରୁ ବର୍ତ୍ତିବା ପାଇଁ ଆମେ ଏଭଳି ନିଷ୍ପତ୍ତି ନେଇଛୁ ।’

ସେ ଆହୁରି ମଧ୍ୟ ଲେଖିଛନ୍ତି ଆମର ଏଭଳି ନିଷ୍ପତ୍ତି କୈଥରୀନଙ୍କ ମା’ଙ୍କୁ ପସନ୍ଦ ଆସିନଥିଲା । ଶେଷରେ ସେ ଆମ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଏହା ପରେ ଉକ୍ତ ବ୍ୟକ୍ତି ପତ୍ନୀଙ୍କ ପ୍ରଶଂସା କରି ଲେଖିଛନ୍ତି, ‘ମୁଁ ମୋ ଝିଅ ବିନା ରହିପାରିବି କିନ୍ତୁ ପତ୍ନୀ ବିନା ଜୀବନ ଜୀଇଁବାର କଳ୍ପନା କରିପାରିବି ନାହିଁ । ମୋତେ ଭୁଲ ବୁଝିବେନି । ମୁଁ ମୋ ଝିଅକୁ ମଧ୍ୟ ଭଲ ପାଉଛି । ତାକୁ ପୋଷ୍ୟ ଭାବେ ଅନ୍ୟ କାହାକୁ ଦେବା ମୋ ପକ୍ଷେ କଠିନ ନିଷ୍ପତ୍ତି ଥିଲା । କିନ୍ତୁ ଝିଅକୁ ସାଥିରେ ରଖିବା ପାଇଁ ମୁଁ ମୋ ପତ୍ନୀଙ୍କୁ ଦୁଃଖି ଦେଖିପାରିବି ନାହିଁ ।’ ଶେଷରେ ମୁଁ ତାହା କରିଛି ଯାହା ଉଭୟ କୈଥରୀନ୍ ଏବଂ ଏଲିଜାବେଥ୍ ପାଇଁ ଉଚିତ । ମୋ ହିସାବରେ ଏହା ସମସ୍ତଙ୍କ ପାଇଁ ଠିକ୍ ଅଟେ । ତେବେ ଏହି ପୋଷ୍ଟ ପଢ଼ି ଲୋକମାନେ ଅନେକ ପ୍ରକାର କମେଣ୍ଟ କରିଛନ୍ତି । ଦମ୍ପତ୍ତିଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସେମାନେ ଚକିତ ହେବା ସହ ନିନ୍ଦା ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.