fbpx

NRHM Odisha ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ, ୬ ଦିନ ମଧ୍ୟରେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ (ଏନଆରଏଚଏମ), ଓଡ଼ିଶା ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି । ମୋଟ ୧୧୭ଟି ପଦବୀ ଖାଲି ରହିଥିବା ବେଳେ ପ୍ରାର୍ଥୀମାନେ କାଉନସେଲର, ସାଇକିୟାଟ୍ରିକ ନର୍ସ, କ୍ଲିନିକାଲ ସାଇକୋଲୋଜିଷ୍ଟ, ସୋଇକିୟାଟ୍ରିକ ସୋସିଆଲ ୱାର୍କର ଓ ପ୍ରୋଜେକ୍ଟ କୋର୍ଡିନେଟର/ ଟେକ୍ନିକାଲ କୋର୍ଡିନେଟର ପଦବୀରେ ନିଯୁକ୍ତି ପାଇବେ । ଯେଉଁମାନେ ଏଥିରେ ଚାକିରି କରିବାକୁ ଇଚ୍ଛୁକ, ସେମାନେ ତଳେ ଦିଆଯାଇଥିବା ବିଜ୍ଞାପନ ଲିଙ୍କକୁ ଯାଇ ନିଯୁକ୍ତି ସବିଶେଷ ସମସ୍ତ ବିବରଣୀ ପାଇପାରିବେ ।

ଆଜିଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୧୪ ତାରିଖ ରାତି ୧୧ଟା ୫୯ ମିନିଟ୍ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିପାରିବେ । ପ୍ରାର୍ଥୀମାନେ ୧୮ ତାରିଖ ସନ୍ଧ୍ୟା ୫.୩୦ ସୁଦ୍ଧା ସେମାନଙ୍କର ସମସ୍ତ ଡକ୍ୟୁମେଣ୍ଟ ପଠାଇବେ । ମୋଟ ୫ଟି ଭିନ୍ନ ଭିନ୍ନ ପଦବୀରେ ପ୍ରାର୍ଥୀମାନେ ଚାକିରି କରିପାରିବେ ।

ଅନଲାଇନ ଆବେଦନ ଲିଙ୍କ: http://nhmodisha.in/orms/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-NRHM-Odisha-Psychiatric-Nurse-Counsellor.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://nhm.gov.in/

Get real time updates directly on you device, subscribe now.