fbpx

ଜନଧନ ଆକାଉଣ୍ଟ ଥିଲେ ମିଳିବ ୧.୩୦ ଲକ୍ଷ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଯାହାର ଉପଯୋଗ କରି ଲୋକେ ଉପକୃତ ହୋଇପାରିବେ। ତେବେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ୪୬.୯୫ କୋଟି ଲୋକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଛନ୍ତି। ତେବେ ଯଦି ଆପଣ ଜଣେ ଜନଧନ ଆକାଉଣ୍ଟଧାରୀ ଅଟନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବର ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ଆକାଉଣ୍ଟରେ ଜନସାଧାରଣ ଅନେକ ସୁବିଧା ପାଆନ୍ତି, ଯାହା ମଧ୍ୟରୁ ଲୋକେ ଅନେକେ ବିଷୟରେ ସଚେତନ ନୁହଁନ୍ତି।

ଆପଣ ଯଦି ଏହି ଯୋଜନା ଜାଣିନାହାନ୍ତି ତେବେ ୧ ଲକ୍ଷ ୩୦ ହଜାର ଟଙ୍କା ହରାଇ ପାରନ୍ତି। ତେବେ ଆସନ୍ତୁ ଏହି ଖାତାର ଲାଭ ବିଷୟରେ ଜାଣିବା, କେଉଁ ପରିସ୍ଥିତିରେ ଆପଣ ୧ ଲକ୍ଷ ୩୦ ହଜାର ଟଙ୍କା ପାଇବେ। ଆଉ ଏଥିପାଇଁ ଆପଣଙ୍କୁ କ’ଣ କରିବାକୁ ପଡିବ।

ସରକାରଙ୍କ ଏହି ଯୋଜନା ଅଧୀନରେ ଆକାଉଣ୍ଟଧାରୀମାନେ ଅନେକ ସୁବିଧା ସହିତ ୧ ଲକ୍ଷ ଟଙ୍କା ଦୁର୍ଘଟଣା ବୀମା ମଧ୍ୟ ପାଇଛନ୍ତି। ଏହା ବ୍ୟତୀତ ୩୦ ହଜାର ଟଙ୍କା ଜୀବନ ବୀମା କଭର ଉପଲବ୍ଧ। ଯଦି କୌଣସି ଆକାଉଣ୍ଟଧାରୀ ଦୁର୍ଘଟଣାରେ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ବୀମା କଭର ମିଳିଥାଏ। ଏଥି ସହିତ, ସାଧାରଣ ପରିସ୍ଥିତିରେ ମୃତ୍ୟୁ ହେଲେ, ୩୦,୦୦୦ ଟଙ୍କା ବୀମା କଭର ମଧ୍ୟ ରହିଛି।

ଏହି ଭଳି ଜନଧନ ଆକାଉଣ୍ଟରେ ଆକାଉଣ୍ଟଧାରୀମାନେ ଅନେକ ସୁବିଧା ପାଆନ୍ତି। ଏହି ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବା ପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ। ଏହା ବ୍ୟତୀତ ଆପଣ ରୁପେ ଡେବିଟ୍ କାର୍ଡ ମଧ୍ୟ ପାଇବେ। ସେହିପରି ଯଦି ଆପଣ ଚାହାଁନ୍ତି, ଜରୁରୀକାଳୀନ ପରିସ୍ଥିତିରେ ଆପଣ ଏହି ଆକାଉଣ୍ଟରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ଓଭରଡ୍ରାଫ୍ଟ ନେଇପାରିବେ। ତେବେ ଏହି ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କ ପାଖରେ କେବଳ ଆଧାର କାର୍ଡ ଥିବା ଜରୁରୀ।

 

Get real time updates directly on you device, subscribe now.