fbpx
BSKY
BJD MS SKY
BJD YOUTH SKY

କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟି ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ, ଅନେକ ପଦବୀ ଖାଲି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର । କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟି (ସିୟୁଓ) ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ସିଷ୍ଟମ ଆନାଲିଷ୍ଟ, ଇନଫର୍ମେସନ ସାଇଣ୍ଟିଷ୍ଟ, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର, ଆସିଷ୍ଟାଣ୍ଟ ଲାଇବ୍ରେରିଆନ, ମେଡିକାଲ ଅଫିସର (ମହିଳା), ପ୍ରାଇଭେଟ ସେକ୍ରେଟାରୀ, ସେକ୍ସନ ଅଫିସର, ହିନ୍ଦି ଟ୍ରାନ୍ସଲେଟର, ଆସିଷ୍ଟାଣ୍ଟ ଆଦି ପଦରେ ନିଯୁକ୍ତି ଦିଆଯିବ ।

ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦୨୩ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ହିସାବକୁ ନିଆଯିବ । ସମସ୍ତ ପଦବୀ ପାଇଁ ବୟସ ଯୋଗ୍ୟତା ଭିନ୍ନ ଭିନ୍ନ ରହିଥିବା ବେଳେ ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ବି.ଇ / ବି.ଟେକ, ଏମ.ଇ / ଏମ.ଟେକ, ଏମ.ଏସସି, ଏମସିଏ, ଡିପ୍ଲୋମା / ଡିଗ୍ରୀ, ପିଜି (ପ୍ରାସଙ୍ଗିକ ବିଭାଗ), ପିଏଚ.ଡି, ଏମବିବିଏସ ଆଦି ରହିଥିବା ଆବଶ୍ୟକ ।

ଏଥିପାଇଁ ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଆସନ୍ତା ମାସ ୧୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ଆପ୍ଲିକେସନ ସହିତ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ସ୍ପିଡ୍ ପୋଷ୍ଟ କିମ୍ବା ରେଜିଷ୍ଟର୍ଡ ପୋଷ୍ଟରେ ପ୍ରଦତ୍ତ ଠିକଣାରେ ପଠାଇବାକୁ ପଡ଼ିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: http://cuo.ac.in/notification_Recruitment.asp?pgid=8&subid=7

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/02/Notification-Central-University-of-Orrissa-Various-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://cuo.ac.in/

Get real time updates directly on you device, subscribe now.