fbpx
BJD SKY
BJD SKY

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଆସିଲା ନିଯୁକ୍ତି ସୁଯୋଗ: ଏପ୍ରିଲ ୧୦ ସୁଦ୍ଧା ଆବେଦନ କରନ୍ତୁ

BJD

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନେକ ପଦ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଏଥିପାଇଁ ଆବେଦନର ଅନ୍ତିମ ତାରିଖ ଆସନ୍ତା ମାସ ୧୦ ତାରିଖ ରହିଛି । ପ୍ରାର୍ଥୀଙ୍କୁ ଫାର୍ମାସିଷ୍ଟ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀ ଦଶମ, ପ୍ରାସଙ୍ଗିକ ବିଭାଗରେ ଡିପ୍ଲୋମା ଫାର୍ମାସୀ ଓ ବି.ଫାର୍ମା କରିଥିବା ଆବଶ୍ୟକ ।

ପ୍ରାର୍ଥୀ ମହାରାଷ୍ଟ୍ର ରାଜ୍ୟ ଫାର୍ମାସୀ କାଉନସିଲ ଅଧିନରେ ପଞ୍ଜିକୃତ ହୋଇଥିବେ । ଏଥିପାଇଁ ତାଙ୍କର ଅତିକମରେ ୨ ବର୍ଷର ଫାର୍ମାସିଷ୍ଟ ଭାବେ ଅଭିଜ୍ଞତା ରହିଥିବ । ପିଏସବି / ପିଏସୟୁ / ସରକାରୀ ସଂସ୍ଥାରେ କାର୍ଯ୍ୟ କରିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ପ୍ରଦାନ କରାଯିବ । ପ୍ରାର୍ଥୀଙ୍କର ବେସିକ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ । ଶର୍ଟଲିଷ୍ଟେଡ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ ।

ନୋଟିଫିକେସନ ଲିଙ୍କ: https://opportunities.rbi.org.in/scripts/bs_viewcontent.aspx?Id=4251

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.rbi.org.in/

ଆପ୍ଲିକେସନ ଫର୍ମ ଡାଉନଲୋଡ୍ ଲିଙ୍କ: https://rbidocs.rbi.org.in/rdocs/content/pdfs/APPLI21032023_AN1.pdf

Get real time updates directly on you device, subscribe now.