fbpx

ପାକିସ୍ତାନକୁ ଘାରିଲା ଶନିଦଶା: ଭୂକମ୍ପରେ ଚାଲିଗଲା ୯ ଜଣଙ୍କ ଜୀବନ, ୧୦୦ ଜଣ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଭୂକମ୍ପର ଆତଙ୍କ ଛାଇ ରହିଛି । ନିକଟରେ ତୁର୍କୀ-ସିରିଆରେ ଦେଖାଦେଇଥିବା ଭୂକମ୍ପ ତାଣ୍ଡବରେ ହଜାର ହଜାର ଲୋକଙ୍କର ପ୍ରାଣହାନୀ ଘଟିବା ସହିତ ହଜାର ହଜାର ଘର ମାଟିରେ ମିଶିଯାଇଥିଲା । ଗତକାଲି ଭାରତର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ରାତି ପାଖାପାଖି ୧୦ଟା ସମୟରେ ୬.୬ ତୀବ୍ରତା ବିଶିଷ୍ଟ ଝଟକା ଦେଖିବାକୁ ମିଳିଥିଲା । ଫଳରେ ଲୋକମାନେ ସେମାନଙ୍କର ଘରୁ ବାହାରକୁ ବାହାରି ଆସିଥିଲେ ।

ତେବେ ଏହା ମଧ୍ୟରେ ପୁଣି ଦେଖିବାକୁ ମିଳିଛି ଭୂକମ୍ପର ଭୟଙ୍କର ଝଟକା । ପାକିସ୍ତାନର ଇସଲାମାବାଦରେ ଭୂକମ୍ପରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୧୦୦ ଜଣ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରହିଥିବା ରେକର୍ଡ କରାଯାଇଛି । ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି ।

ଏହି ଭୂକମ୍ପ ଲାହୋର, ଇସଲାମାବାଦ ରାୱଲପିଣ୍ଡି, କ୍ୱେଟା, ପେଶାୱାର, କୋହାଟ, ଲକ୍କୀ ମରବାତ ସହିତ ଦେଶର ଅନ୍ୟ କିଛି ଅଞ୍ଚଳରେ ଅନୁଭୂତ ହୋଇଥିଲା । ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଦେଖିବାକୁ ମିଳିଥିଲା । ଫଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲ କାଦର ପଟେଲ ହସ୍ପିଟାଲରେ ଜରୁରୀକାଳୀନ ଆଲର୍ଟ ଘୋଷଣା କରିଥିଲେ । ୟୁଏସ ଜିୟୋଲୋଜିକାଲ ସର୍ଭେ ମୁତାବକ, ରାଜଧାନୀ ଦିଲ୍ଲୀ ସହିତ ଭାରତ ଓ ଆଫଗାନିସ୍ତାନର କିଛି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

Get real time updates directly on you device, subscribe now.