fbpx

ଭାରତୀୟ ରେଳବାଇ ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳ ବିଭାଗ ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଷ୍ଟେସନ କଣ୍ଟ୍ରୋଲର / ଟ୍ରେନ ଅପରେଟର / ସେକ୍ସନ ଇଞ୍ଜିନିୟର ଓ ମେଣ୍ଟେନର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଆଇଟିଆଇ, ଡିପ୍ଲୋମା, ବି.ଇ / ବି.ଟେକ ଇଞ୍ଜିନିୟର ପାସ୍ ହୋଇଥିବା ଆବଶ୍ୟକ । ବୟସ ଯୋଗ୍ୟତା ଚଳିତ ମାର୍ଚ୍ଚ ମାସ ୨୨ ତାରିଖ ସୁଦ୍ଧା ହିସାବକୁ ନିଆଯିବ । ପ୍ରାଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ମାର୍ଚ୍ଚ ମାସ ୨୩ ତାରିଖରୁ ଏପ୍ରିଲ ମାସ ୨୪ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ସମାପ୍ତ ହେବ । ଏପ୍ରିଲ ମାସ ୨୭ ତାରିଖ ସୁଦ୍ଧା ପେମେଣ୍ଟ ପଇଠ କରିବାର ଅନ୍ତିମ ତାରିଖ ରହିଛି । ଏହାପରେ ଜୁନ୍ ମାସ ୬, ୭ ଓ ୮ ତାରିଖରେ ଲିଖିତ ପରୀକ୍ଷାର ଆୟୋଜନ କରାଯିବ । ପ୍ରତ୍ୟେକ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଅଲଗା ଅଲଗା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ-୧: https://recruitlc.bmrc.co.in/frmApplications.aspx

ଅନଲାଇନ୍ ଆବେଦନ ଲିଙ୍କ-୨: https://recruitrc.bmrc.co.in/frmApplications.aspx

ୱେବସାଇଟ୍ ଲିଙ୍କ: https://english.bmrc.co.in/#/

Get real time updates directly on you device, subscribe now.