fbpx

ଓଡିଶାର ବେଳାଭୂମୀରେ ମିଳିବ ମଦ, ବଢିବ ଦାମ୍: ନୂଆ ଅବକାରୀ ନୀତିରେ ହେଲା ଏହିସବୁ ପରିବର୍ତ୍ତନ

ଭୁବନେଶ୍ୱର: ଓଡିଶାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏକ ନୂଆ ଅବକାରୀ ନୀତି ପ୍ରସ୍ତୁତ କରାଯାଇଛି । ଏହି ବପରିବର୍ତ୍ତନ ଯୋଗୁଁ ରାଜ୍ୟରେ ମଦର ଖୁଚୁରା ଦରରେ ବୃଦ୍ଧି ଦେକିବାକୁ ମିଳିବ । ତେବେ ଗ୍ରାମାଞ୍ଚଳରେ ମଦ ଦୋକାନ ଖୋଲିବା ନେଇ ଏହି ନୀତିରେ ବାରଣ କରାଯାଇଛି । କିନ୍ତୁ ସହରାଞ୍ଚଳରେ ଏଥିପାଇଁ ଅନୁମତି ମିଳି ପାରିବ । ସେହିପରି ବିଭିନ୍ନ ବେଳାଭୂମିରେ ମଧ୍ୟ ଦୋକାନ ଖୋଲାଯିବ ବୋଲି ନୂଆ ଅବକାରୀ ନୀତିରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ନୀତିରେ କେଉଁ ସବୁ ପରିବର୍ତ୍ତନ ହୋଇଛି ।

ନୂଆ ଅବକାରୀ ନୀତିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କରାଯାଇଛି ଏକ ବଡ ପରିବର୍ତ୍ତନ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ବେଳାଭୂମିରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଘରୋଇ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ମଦ ପରିଷିବାକୁ ଅନୁମତି ଆଣିବା ସହ ଏଥିପାଇଁ ଫି’ ମଧ୍ୟ ଭରିବାକୁ ପଡିବ । ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଏଥିରେ ବୃଦ୍ଧି ହୋଇଛି । କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ୨୦୦ ଲୋକଙ୍କ ପାଇଁ ୧୦ହଜାର, ୨୦୦-୫୦୦ ଲୋକଙ୍କ ପାଇଁ ୧୫ହଜାର, ୫୦୦-୧ହଜାର ଲୋକଙ୍କ ପାଇଁ ୨୦ହଜାର ଏବଂ ଏହାଠୁ ଅଦିକ ଲୋକଙ୍କ ପାଇଁ ୨୫ ହଜାର ଟଙ୍କା ଦାଖଲ କରିବାକୁ ପଡିବ । ତେବେ ବର୍ଷ ତମାମ ଏହି ସୁବିଧା ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ରହିବ ବୋଲି ଜଣାଯାଇଛି ।

ତେବେ ଆବେଦନ ଫର୍ମ ସହିତ ସର୍ବନିମ୍ନ ମଦ ଉଠାଣ କୋଟା ଏବଂ ମଦ ଦୋକାନ ପାଇଁ ଲାଇସେନ୍ସ ଫି’ରେ ମଧ୍ୟ ବୃଦ୍ଧି କରାଯାଇଛି । ଏହାସହିତ ବୃଦ୍ଧି ପାଇଛି ଅବକାରୀ ଶୁଳ୍କ । ନୂଆ ଲାଇସେନ୍ସ କିମ୍ବା ନବୀକରଣ ପାଇଁ ଆବେଦନ ଫର୍ମ ୧ ଲକ୍ଷରୁ ୧ ଲକ୍ଷ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ମୋଲାସେସ କାରବାର ପାଇଁ ଏହା ୫୦ ହଜାର ଥିବା ବେଳେ ଏଥିରେ ୧୦ ହଜାର ବୃଦ୍ଧି କରାଯାଇଛି । ବର୍ତ୍ତମାନ ଏଥିପାଇଁ ୬୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ । ତେବେ ଠିପି ଖୋଲା ମଦ ଦୋକାନ ପାଇଁ ଆବେଦନ ଫର୍ମ ଫି’ର ମୂଲ୍ୟ ୯୦ ହଜାର ଟଙ୍କା ବୃଦ୍ଧି ପାଇ ୨ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଠିପି ବନ୍ଦ ବିଦେଶୀ ମଦ ଦୋକାନ ଲାଇସେନ୍ସ ପାଇଁ ଦୋକାନୀଙ୍କୁ ପୂର୍ବ ବର୍ଷ ଅପେକ୍ଷା ୧୦ ହଜାର ଟଙ୍କ ଅଧିକ ଅର୍ଥାତ୍ ୧ଲକ୍ଷ ୨୦ ହଜାର ଟଙ୍କା ଦେବାକୁ ହେବ ।

ସେହିପରି ଆଉଟ ଷ୍ଟିଲ ୟୁନିଟ ଆବେଦନ ଫି ପାଇଁ ୧ ଲକ୍ଷ ୪୦ ହଜାର, ମଦ ପ୍ରସ୍ତୁତକାରୀ ୟୁନିଟର ସମ୍ପ୍ରସାରଣ ପାଇଁ ଦେଢ ଲକ୍ଷଏବଂ ଦୋକାନ ସ୍ଥାନାନ୍ତରଣ ପାଇଁ ଦୋକାନୀଙ୍କୁ ଅଢେଇ ଲକ୍ଷ ଟଙ୍କା ଦେବାକୁ ପଡିବ । ତେବେ ମଦ ପ୍ରସ୍ତୁତକାରୀ ୟୁନିଟ ପାଇଁ ଲାଇସେନ୍ସ ଫି’ ଲିଟର ହିସାବରେ ବୃଦ୍ଧି କରାଯାଇଛି । ୫୦ ଲକ୍ଷ ବ୍ରିଟିଶ ଲିଟର ପର୍ଯ୍ୟନ୍ତ ୧.୧୫/ବି.ଏଲ ଟଙ୍କା ଲେଖାଏଁ ଟିକସ ଭରିବେ ମଦ ପ୍ରସ୍ତୁତକାରୀ ୟୁନିଟ । ତେବେ ୫୦-୧୦୦ବି.ଏଲ ପର୍ଯ୍ୟନ୍ତ ୯୦ ପଇସା ଏବଂ ୧୦୦ ଅଧିକ ମଦ ଉତ୍ପାଦନକାରୀ ଲିଟର ପିଛା ୭୦ ପଇସା ପୈଠ କରିବେ ।

Get real time updates directly on you device, subscribe now.