fbpx

ବିଧାନସଭାରେ ଘଟିଲା ଲଜ୍ଜାଜନଜ ଘଟଣା: ନିଜ ଫୋନରେ ବିଧାୟକ ଦେଖୁଥିଲେ ଅଶ୍ଲୀଳ ଭିଡିଓ

ନୂଆଦିଲ୍ଲୀ: ଆଜିକାଲିର ଡିଜିଟାଲ ଜମାନାରେ ପ୍ରତ୍ୟେକ ଘଟଣାବଳୀ ମାତ୍ର କେଇ ସେକେଣ୍ଡ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଉଛି । ତେଣୁ ଅନେକ ସମୟରେ ରାଜନୈତା, ସେଲିବ୍ରେଟିଙ୍କର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଥାଏ । ତେବେ ଏହା ମଧ୍ୟରେ ଜଣେ ବିଧାୟକଙ୍କୁ ନେଇ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

ସୂଚନା ମୁତାବକ, ଗଣତନ୍ତ୍ରର ପବିତ୍ର ମନ୍ଦିର କୁହାଯାଉଥିବା ବିଧାନସଭାରେ ଜଣେ ବିଧାୟକ ଅଶ୍ଲୀଳ ଭିଡିଓ ଦେଖିଛନ୍ତି । ତ୍ରିପୁରା ବିଧାନସଭାରେ ବିଜେପି ବିଧାୟକ ଯାଦବ ଲାଲ ନାଥ ଏହି ନକରାତ୍ମକ ହରକତ କରିଛନ୍ତି । ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବିଧାୟକଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ବିଧାୟକ ଯାଦବ ରାଜ୍ୟ ଉତ୍ତର-ପୂର୍ବରେ ଥିବା ବାଗବସା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ ।

ତେବେ ରାଜ୍ୟ ବଜେଟକୁ ନେଇ ବିଧାନସଭାରେ ଆଲୋଚନା ଚାଲିଥିବା ବେଳେ ଏହି ଅଘଟଣ ଦେଖିବାକୁ ମିଳିଥିଲା । ବିଧାୟକ ଯାଦବଙ୍କ ପଛରେ ବସିଥିବା କେହି ଜଣେ ବ୍ୟକ୍ତି ଏହି ଭିଡିଓ ରେକର୍ଡ କରିଥିବା କୁହାଯାଉଛି । ବାଚସ୍ପତି ଓ ଅନ୍ୟ ବିଧାୟକମାନେ ଭାଷଣ ଦେଉଥିବା ବେଳେ ବିଧାୟକ ତାଙ୍କ ନିଜ ଫୋନରେ ପର୍ଣ୍ଣ ଭିଡିଓ ଦେଖିବାରେ ମଗ୍ନ ଥିଲେ । ତେବେ ବିନା ଫ୍ୟାକ୍ଟରେ ଏନେଇ କୌଣସି ମନ୍ତବ୍ୟ ଦେବାକୁ ବିଧାନସଭାର ବାଚସ୍ପତି ମନା କରିଦେଇଥିଲେ । ଅନ୍ୟପକ୍ଷରେ ବିଧାୟକଙ୍କୁ ଏନେଇ ବିଜେପି ପକ୍ଷରୁ ସମନ ଜାରି କରାଯିବା ସହ ରିପୋର୍ଟ ମଗାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.