fbpx

ଦୟାନଦୀ ନାବାଳକ ନିଖୋଜ ଘଟଣା: ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ନିକଟସ୍ଥ ଦୟା ନଦୀରେ ସୁମିତେନ୍ଦ୍ର ନାମକ ଜଣେ ଜଣେ ନାବାଳକ ନିଖୋଜ ହୋଇଯାଇଥିଲେ । ଦୟାନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଦୁର୍ଭାଗ୍ୟବଶତଃ ଗଭୀର ଜଳରେ ବୁଡ଼ିଯାଇଥିଲେ ସୁମିତେନ୍ଦ୍ର । ଅପରାହ୍ଣରେ ୪ ଜଣ ସାଙ୍ଗ ନଦୀରେ ଗାଧୋଉଥିବା ବେଳେ ସମସ୍ତେ ବୁଡ଼ି ଯାଇଥିଲେ ।

ତେବେ ପରବର୍ତ୍ତୀ ସମୟରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କେବଳ ସୁମିତେନ୍ଦ୍ର ନିଖୋଜ ରହିଥିଲେ । ଏହା ମଧ୍ୟରେ ୧୨ ଘଣ୍ଟା ପରେ ଆଜି ସୁମିତେନ୍ଦ୍ରଙ୍କ ଶବକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାପଡ଼ିଛି । ସୁମିତେନ୍ଦ୍ରଙ୍କୁ ଉଦ୍ଧାର ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ଓ ପୋଲିସ ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଥିଲା । ତେବେ ଆଜି ସକାଳୁ ପୁଣି ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଥିଲା । ସୁମିତେନ୍ଦ୍ରଙ୍କ ଘର ନିକଟସ୍ଥ ଇନ୍ଦିରା କଲୋନୀରେ ବୋଲି ଜଣାପଡ଼ିଥିଲା ।

ସାଧାରଣ ଭାବେ ନଦୀ କିମ୍ବା ସମୁଦ୍ରରେ ଗାଧୋଇବା ସମୟରେ ଅତ୍ୟନ୍ତ ସାବଧାନ ରହିବା ନିହାତି ଜରୁରୀ । ଅନେକ ସମୟରେ ଛୋଟ ପିଲାମାନେ ଗାଁ ନଦୀ, ପୋଖରୀ ହେଉ କି ସମୁଦ୍ର ହେଉ, ଅସାବଧାନତା କାରଣରୁ ମୃତ୍ୟୁବରଣ କରିଥାନ୍ତି । ଏଭଳି ସ୍ଥିତିରେ ଭାଗ୍ୟକୁ ନିନ୍ଦା କରିବା ଛଡ଼ା ଆଉ ଅନ୍ୟ ବାଟ ନଥାଏ । ତେଣୁ ଛୋଟ ପିଲା ବିଶେଷ କରି ଯେଉଁମାନେ ପହଁରା ଶିଖିନଥାନ୍ତି ସେମାନେ ଗଭୀର ଜଳକୁ ଯିବା ଅନୁଚିତ ।

Get real time updates directly on you device, subscribe now.