fbpx

IPL ପୂର୍ବରୁ ଆହତ ହେଲେ ଏମ.ଏସ ଧୋନୀ: ପ୍ରଥମ ମ୍ୟାଚରେ ଖେଳିବା ନେଇ ଆଶଙ୍କା

ନୂଆଦିଲ୍ଲୀ: ଆଜି ଆଇପିଏଲ-୨୦୨୩ର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ । ତେବେ ମ୍ୟାଚର କିଛି ଘଣ୍ଟା ପୂର୍ବରୁ ଚେନ୍ନାଇ ଶିବରରୁ ଆସିଛି ଏକ ବ୍ୟାଡ୍ ନ୍ୟୁଜ୍ । ପ୍ରଥମ ମ୍ୟାଚ ପୂର୍ବରୁ ଆହତ ହୋଇଛି ସିଏସକେର ଅଧିନାୟକ ଏମ.ଏସ ଧୋନୀ । ଆଣ୍ଠୁରେ ଆଘାତ ଯୋଗୁଁ ଏହି ମ୍ୟାଚରେ ଧୋନୀଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଅଭ୍ୟାସ ସମୟରେ ତାଙ୍କ ଆଣଣ୍ଠୁରେ ଆଘାତ ଲାଗିଥିବା ଜାଣିବାକୁ ମିଳିଛି ।

MS Dhoni Injured? CSK Captain Limping During Training Raises Concern Ahead  of IPL 2023

ଆଜି ଗୁଜୁରାଟ-ଚେନ୍ନାଇ ମଧ୍ୟରେ ହେବ ଟୁର୍ଣ୍ଣାମେଣ୍ଟର ପ୍ରଥମ ଏବଂ ବଡ ମୁକାବିଲା । ତେବେ ଏହାର ଠିକ ପୂର୍ବରୁ କ୍ୟାପଟେନ କୁଲ ମାହି ଆହତ ହୋଇଥିବା ଖବର ସାମନାକୁ ଆସିଛି । ଯାହାକୁ ନେଇ ଚେନ୍ନାଇ ଫ୍ୟାନ୍ସମାନଙ୍କ ଭିତରେ ନିରାଶା ଖେଳିଯାଇଛି । ଧୋନୀଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ନେଇ ଶିବିରରୁ ଜାଣିବାକୁ ମିଳିଛି । ତେଣୁ ଗୁରୁବାର ଅଭ୍ୟାସରେ ମଧ୍ୟ ଯୋଗ ଦେଇ ନଥିଲେ ମାହି । ସେଥିପାଇଁ ଆଜିର ଉଦଘାଟନୀ ମ୍ୟାଚରେ ତାଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏହି ଘଟଣା ଚେନ୍ନାଇ ଟିମକୁ ମଧ୍ୟ ଏକ ଝଟକା ଲାଗିଛି । ତେବେ ଦଳର ସିଇଓ ଏ ନେଇ ବିଶେଷ ଚିନ୍ତିତ ନଥିବା ଦେଖାଯାଇଛି । ସେ କହିଛନ୍ତି ଯେ, ମୁଁ ଯେତେ ଦୂର ଜାଣିଛି ଆମର ଅଧିନାୟକ ୧୦୦% ପ୍ରଥମ ମ୍ୟାଚ ଖେଳିବେ । ତେବେ ଅନ୍ୟ କୌଣସି ଘଟଣା ବିଷୟରେ ମୋତେ କିଛି ଜଣାନାହିଁ ।

ତେବେ ଧୋନୀଙ୍କ ଅନୁପସ୍ଥିତିରେ ଅଧିନାୟକ ପଦ ବେନ୍ ଷ୍ଟୋକ୍ସଙ୍କୁ ମିଳିପାରେ । ସେପଟେ ଧୋନୀଙ୍କ ପାଇଁ ମ୍ୟାଚ ପୂର୍ବରୁ ଆଉ ଏକ ଦୁଃଖଦ ଖବର ମଧ୍ୟ ସାମନାକୁ ଆସିଛି । ଗତବର୍ଷର ଷ୍ଟାର ବୋଲର ମୁକେଶ ଚୌଧୂରୀ ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଦଳରେ ଯୋଡି ହୋଇଛନ୍ତି ଆକାଶ ଚୌଧୂରୀ । ସେହିପରି ଧୋନୀ ଏହି ମ୍ୟାଚ ପାଇଁ ଉପଲବ୍ଧ ହୋଇ ନ ପାରିଲେ ଡେଭନ କନୱେ କିମ୍ବା ଅମ୍ବାତି ରାୟୁଡୁ ୱିକେଟ କିପର ଭୂମିକାରେ ନଜର ଆସିବେ । ବର୍ତ୍ତମାନ ପ୍ଲେଇଙ୍ଗ-୧୧ ଉପରେ ରହିଛି ସମସ୍ତଙ୍କ ନଜର ।

Get real time updates directly on you device, subscribe now.