fbpx

ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ବାହାରିଲା ଅନେକ ପଦବୀ: ଅନଲାଇନରେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ହାଇ-ପରଫର୍ମାନ୍ସ କୋଚ, ଚିଫ କୋଚ, ସିନିୟର କୋଚ ଓ କୋଚ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧିତ ସବିଶେଷ ତଥ୍ୟ ପାଇ ପାରିବେ ।

ଫେବୃଆରୀ ମାସ ୧୦ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ମାର୍ଚ୍ଚ ମାସ ୩ ତାରିଖରେ ସମାପ୍ତ ହେବ । ୨୦୨୨ ମସିହା ନଭେମ୍ବର ମାସ ୧୫ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ପ୍ରଥମ ଦୁଇଟି ପଦ ପାଇଁ ସର୍ବାଧିକ ବୟସ ସୀମା ୬୦ ବର୍ଷ ରହିଥିବା ବେଳେ ତୃତୀୟ ପଦ ପାଇଁ ୫୦ ଓ ଚତୁର୍ଥ ପଦ ପାଇଁ ୪୫ ବର୍ଷ ରହିଛି ।

ପ୍ରାର୍ଥୀ ଡିପ୍ଲୋମା ପାସ କରିବା ସହ ସାଇ, ଏନଏସ ଏନଆଇରୁ କୋଚିଂ ନେଇଥିବେ । ଏଥିସହିତ ଅଲିମ୍ପିକ୍ସ / ବିଶ୍ୱ ଚାମ୍ପିୟନସିପ / ଅଲିମ୍ପିକ୍ସରେ ଦୁଇଥର ଅଂଶଗ୍ରହଣ କରିଥିବେ / ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିବେ / ପାରାଅଲିମ୍ପିକ୍ସ ଓ ଅନ୍ତର୍ଜାତୀୟ ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://sportsauthorityofindia.gov.in/sai/latest-information/#job-opportunities

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/02/Notification-Sports-Authority-India-Various-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://sportsauthorityofindia.gov.in/sai/

Get real time updates directly on you device, subscribe now.