fbpx

(Video) ଭାରତୀୟ ଯୁବକଙ୍କ ଗିନିଜ୍ ୱାର୍ଲ୍ଡ ରେକର୍ଡ: ପେଟରେ ୫୨୮ କେଜି ପଥର ରଖି ଭାଙ୍ଗିଲେ

ନୂଆଦିଲ୍ଲୀ: ଅନେକ ସମୟରେ ଆଜିର ମଣିଷମାନେ କିଛି ଅଦ୍ଭୂତ କାର୍ଯ୍ୟ କରି ସାରା ବିଶ୍ୱକୁ ଚମକାଇ ଦେଇଥାନ୍ତି । ତେବେ ନିକଟରେ ଦୁଇଜଣ ଭାରତୀୟ ଯୁବକ ଏଭଳି କିଛି ଦୁଃସାହିସିକ କାର୍ଯ୍ୟ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି । ଜଣେ ଯୁବକଙ୍କ ନିଜ ପେଟ ଉପରେ ୫୦୦ରୁ ଅଧିକ କେଜି ବିଶିଷ୍ଟ ପଥର ରଖିଥିବା ବେଳେ ଆଉ ଜଣେ ଯୁବକ ଉକ୍ତ ପଥରକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଥିଲେ । ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ବିଶ୍ୱ ରେକର୍ଡ ହାସଲ କରିବା ପାଇଁ ଅନେକ ଲୋକ ଦିନରାତି କଠିନ ପରିଶ୍ରମ କରିଥାନ୍ତି । ତେବେ ଏହି ଗିନିଜ୍ ବିଶ୍ୱ ରେକର୍ଡ ଦୁଇଜଣ ଭାରତୀୟ ଯୁବକ ମିଶି କରିଛନ୍ତି । ଏହି ଅସାଧାରଣ କାର୍ଯ୍ୟ ଆଗରେ ବଡ଼ ବଡ଼ ପହଲବାନ ମଧ୍ୟ ଫେଲ୍ ମାରିଯିବେ । ଏହି ଦୁଇ ଭାରତୀୟଙ୍କ ନାମ ହେଉଛି ବିସ୍ପି ଖରାଡ଼ି ଓ ସାହିଲ ଖାନ । ସାହିଲ ଖାନଙ୍କୁ ଜଣେ ଫିଟନେସ ଆଇକନ ସହିତ ବଲିଉଡ ଅଭିନେତା ଭାବେ ସମସ୍ତେ ଜାଣନ୍ତି । ସେହିପରି ବିସ୍ପି ଭାରତର ଜଣେ ମାର୍ଶଲ ଆର୍ଟସ ଧୁରନ୍ଧର ଭାବେ ବେଶ୍ ଜଣାଶୁଣା ।

ଭିଡିଓରେ ଦେଖାଯାଉଛି, ପ୍ରଥମେ ବେଡ ଉପରେ ବିସ୍ପି ଶୋଇ ରହିଥିଲେ । ଏହି ସମୟରେ ତାଙ୍କର ଛାତି ଉପରେ ୫୨୮ କେଜିର ଓଜନିଆ ପଥର ରଖାଯାଇଥିଲା । ଏହାପରେ ଏହି ପଥରକୁ ଭାଙ୍ଗି ଚାଲିଥିଲେ ସାହିଲ । ସାହିଲ ଏକ ବଡ଼ ହାତୁଡ଼ିରେ ବିସ୍ପିଙ୍କ ଛାତି ଉପରେ ଥିବା ପଥରକୁ ଭାଙ୍ଗିଥିଲେ । ତେବେ ସାହିଲ ଜୋରରେ ହାତୁଡ଼ି ମାରି ପଥରକୁ ଖଣ୍ଡ ଖଣ୍ଡ କରିଦେଇଥିଲେ । ଅନ୍ୟପଟେ ଛାତି ଉପରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଓଜନର ପଥରକୁ ଧାରଣ କରିଥିଲେ ବିସ୍ପି । ଏହି ଅସାଧାରଣ କାର୍ଯ୍ୟ ଯିଏ ଦେଖୁଛି ଚକିତ ହୋଇଯାଉଛି ।

Get real time updates directly on you device, subscribe now.