fbpx

ଝିଅ ହୋଇ ବ୍ୟବସାୟୀଙ୍କ ସହ କଲେ ରୋମାନ୍ସ, ୩ ବର୍ଷରେ ଉଡାଇଦେଲେ ୫୦ ଲକ୍ଷ ଟଙ୍କା

ରାଜସ୍ଥାନ ଯୋଧପୁରରେ ସୋସିଆଲ ମିଡିଆକୁ ନେଇ ବିଚିତ୍ର ଖେଳ ଦେଖିବାକୁ ମିଳିଛି । ସେଠାରେ ‘ସଞ୍ଜନା’ ନାମରେ ଝିଅ ଆକାଉଣ୍ଟ ଖୋଲି ଜଣେ ବ୍ୟବସାୟୀଙ୍କୁ ଫସାଇ ଟଙ୍କା ଲୁଟିବାର ଅଭିଯୋଗ ହୋଇଛି । ଝିଅ ସ୍ୱରରେ କଥା ହୋଇ ବ୍ୟବସାୟୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଯୁବକ ଜଣକୁ ଗିରଫ କରିଛି ପୋଲିସ ।

ଏନେଇ ଯୋଧପୁର ଏସିପି ନୀରଜ ଶର୍ମା କହିଛନ୍ତି ଯେ, ସିଦ୍ଧାର୍ଥ ପଟେଲ ନାମକ ଜଣେ ଯୁବକ ଫେସବୁକ୍ରେ ‘ସଞ୍ଜନା’ ନାମରେ ଫେକ୍ ଆକାଉଣ୍ଟ ଖୋଲିଥିଲେ । ଏଥିରେ ସେ ଯୋଧପୁରର ଜଣେ ବ୍ୟବସାୟୀ ରବି ଇନାନିୟାଙ୍କ ସହ ଚାଟିଂ କରି ବନ୍ଧୁତା ବଢାଇଥିଲା । ଧିରେ ଧିରେ ସେମାନେ ହ୍ୱାସଆପରେ ବି କଥା ହେବାରେ ଲାଗିଲେ । ମୋବାଇଲରେ ବି ସିଦ୍ଧାର୍ଥ ଝିଅ ସ୍ୱରରେ ବ୍ୟବସାୟୀଙ୍କ ସହ କଥା ହେଉଥିଲେ । କିଛିଦିନ ପରେ ସିଦ୍ଧାର୍ଥ ଝିଅର ଭାଇ ହୋଇ ଯୋଧପୁରରେ ରବିଙ୍କ ସହ ସାକ୍ଷାତ କଲା ।

ଏହା ପରେ ସିଦ୍ଧାର୍ଥ ୩ରୁ ୪ ଥର ରବି ସହ ଦେଖା ହୋଇଥିଲା । ଏହା ସହ ଭଉଣୀକୁ ରୋଗ ହୋଇଥିବା କହି କିସ୍ତିରେ ଟଙ୍କା ନେବାକୁ ଲାଗିଲା । ସନ୍ଦେହ ନହେବା ପାଇଁ ମିଛରେ ଅଲଗା ଅଲଗା ନମ୍ବରରୁ ଭଉଣୀର ମା’, ବାପା, ଭଉଣୀମାନଙ୍କ ସହ ରବିର କଥା କରାଇଥିଲା ସିଦ୍ଧାର୍ଥ । ଗୋଟିଏ ବର୍ଷରେ ସେ ରବିକୁ ଭ୍ରମରେ ରଖି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲା । ତେବେ ସିଦ୍ଧାର୍ଥ ରବିଙ୍କ ସମେତ ଆଉ କେତେକ ବଡ ବଡ ଲୋକଙ୍କୁ ମଧ୍ୟ ଫସାଇଥିବା ଜଣାପଡିଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.