fbpx
BSKY
BJD YOUTH SKY
BJD MS SKY

ଅଚାନକ ୟୁକ୍ରେନରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ: ଗସ୍ତକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧକୁ ଏକ ବର୍ଷ ପୂରଣ ହେବ । ଏହାର ମାତ୍ର କେଇଟା ଦିନ ପୂର୍ବରୁ ଅଚାନକ ୟୁକ୍ରେନର ରାଜଧାନୀ କିଭରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ମଧ୍ୟ ତାଙ୍କୁ ସ୍ୱାଗତ କରିଛନ୍ତି । ତେବେ ବାଇଡେନଙ୍କ ଅଚାନକ ୟୁକ୍ରେନ ଗସ୍ତକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଉଭୟଙ୍କର କିଛି ଭିଡିଓ ଏବଂ ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଆମେରିକାର ରାଷ୍ଟ୍ରପତି ୨୦-୨୨ ଫେବୃଆରୀ ପୋଲାଣ୍ଡ ଗସ୍ତ କରୁଛନ୍ତି । ଏଠାରେ ଆମେରିକା ସୈନ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ପୋଲିଶ ପ୍ରଧାନମନ୍ତ୍ରୀ ମାଟୁସଜ ମୋରାଭିକିଙ୍କ ସହ ଆଲୋଚନା କରିବେ ଜୋ ବାଇଡେନ । କିନ୍ତୁ ଏହା ପୂର୍ବରୁ ୟୁକ୍ରେନରେ ପହଞ୍ଚି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି । ଗତବେଁରୁ ଲାଗି ରହିଥିବା ଏହି ଯୁଦ୍ଧ ଯୋଗୁଁ ଏଠାରେ ବର୍ତ୍ତମାନ ସୁଦ୍ଧା ଭୟଙ୍କର ସ୍ଥିତି ଲାଗି ରହିଛି । ପୂର୍ବରୁ ମଧ୍ୟ ଜୋ ବାଇଡେନ ଏବଂ ଜେଲେନସ୍କି ସାକ୍ଷାତ କରିଛନ୍ତି । କିନ୍ତୁ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ୟୁକ୍ରେନର କିଭରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି । ତେବେ ବାଇଡେନଙ୍କ ଏହି ଗସ୍ତ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି ।

ଯୁଦ୍ଧରେ ୟୁକ୍ରେନକୁ ଆମେରିକାର ସମର୍ଥନ ଜାରି ରହିବା ନେଇ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ସୂଚନା ଦେଉଛି ବାଇଡେନଙ୍କ ଏହି କିଭ ଗସ୍ତ । ଅନ୍ୟ ପକ୍ଷରେ ପୂର୍ବ ୟୁକ୍ରେନରେ ଯୁଦ୍ଧ ଭୟଙ୍କର ରୂପ ନେଇଛି । ୟୁକ୍ରେନର ସହର ଗୁଡିକ ଉପରେ ଋଷ ଲଗାତାର ମିସାଇଲ ମାଡ କରୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଭୟରେ ଜୀବନଯାପନ କରୁଛନ୍ତି ଦେଶବାସୀ । ନବବର୍ଷର ପୂର୍ବ ସନ୍ଧ୍ୟା ଏବଂ ଜାନୁୟାରୀ ୧ ତାରିଖରେ ଋଷର ମିସାଇଲ ମାଡରେ ଥରି ଉଠିଥିଲା ୟୁକ୍ରେନ ।

Get real time updates directly on you device, subscribe now.