fbpx

Viral ହେଲା ଦିଲ୍ଲୀର LNJP ହସ୍ପିଟାଲର ଏକ ନିନ୍ଦନୀୟ Video: ଜୀବନ୍ତ ଶିଶୁକୁ ଡବାରେ ପ୍ୟାକ କରି ପଠାଇଦେଲେ!

ନୂଆଦିଲ୍ଲୀ: ଆମ ସମାଜରେ ଡାକ୍ତରଙ୍କୁ ଭଗବାନର ଆଖ୍ୟା ଦିଆଯାଇଥାଏ । ମାତ୍ର ଯେତେବେଳେ ସେଇ ଭଗବାନ ନିଜର କର୍ତ୍ତବ୍ୟ ଠିକରେ ସମ୍ପାଦନ କରିବାରେ ଅସଫଳ ହୁଅନ୍ତି, ସେତେବେଳେ ସାଧାରଣ ଜନତାଙ୍କ ଭରସା ଉଠିଯାଇଥାଏ । ତେବେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରୁ ଭରସା ଉଠିଯିବା ଭଳି ଏକ ନିନ୍ଦନୀୟ ଭିଡିଓ ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ।

ସୂଚନା ମୁତାବକ, ଏକ ନବଜାତ ଶିଶୁର ଚିକିତ୍ସା କରିବା ପାଇଁ ଦିଲ୍ଲୀର ଏକ ପ୍ରତିଷ୍ଠିତ ହସ୍ପିଟାଲ ମନା କରିଦେଇଥିଲା । ରାଜଧାନୀର ଏକ ବଡ଼ ହସ୍ପିଟାଲ ଏଲଏନଜେପିରୁ ଏଭଳି ଏକ ନିନ୍ଦନୀୟ ଭିଡିଓ ସାମ୍ନାକୁ ଆସିଛି । କୁହାଯାଉଛି ଗତ ରବିବାର ଦିନ ଦ୍ୱିପ୍ରହର ୨ଟା ସମୟରେ ଜନ୍ମଲାଭ କରିଥିବା କରିଥିବା ଏକ ନବଜାତକୁ ହସ୍ପିଟାଲ ପକ୍ଷରୁ ମୃତ ଘୋଷିତ କରାଯାଇଥିଲା । ମାତ୍ର ଶିଶୁଟି ଜୀବିତ ଥିବା ଶିଶୁର ପରିଜନମାନେ ପରେ ଦେଖିଥିଲେ । ।

ଏହପରେ କନ୍ୟା ସନ୍ତାନର ପରିଜନମାନେ ଶିଶୁକୁ ନେଇ ପୁଣି ଥରେ ହସ୍ପିଟାଲରେ ପହଞ୍ଚିଥିଲେ । ମାତ୍ର ଡାକ୍ତର ଶିଶୁକୁ ଦେଖିବାକୁ ସ୍ପଷ୍ଟଭାବେ ମନା କରିଦେଥିଲେ । ଏହାପରେ ସେଣ୍ଟ୍ରାଲ ଡିସିପି ଏ ବାବଦରେ ଖବର ପାଇ ଶିଶୁର ଜୀବନ ବଞ୍ଚାଇବା ପାଇଁ ହସ୍ପିଟାଲର ଚିକିତ୍ସକଙ୍କ ସହିତ ସମ୍ପର୍କ କରିଥିଲେ । ପରିଣାମ ସ୍ୱରୂପ ବର୍ତ୍ତମାନ ଶିଶୁଟିର ଜୀବନ ବଞ୍ଚିଯାଇଛି । ଏଥିସହିତ ପୋଲିସର ସହାୟତାରେ ବର୍ତ୍ତମାନ ଶିଶୁର ଚିକିତ୍ସା ଜାରି ରହିଛି ।

Get real time updates directly on you device, subscribe now.