fbpx

ସବୁ ଧର୍ମର ଯୁବତୀଙ୍କ ବିବାହ ବୟସ ସମାନ ହେବ ନାହିଁ , ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଯୁବତୀଙ୍କ ବିବାହ ବୟସ ୧୮ରୁ ୨୧ କରାଯାଇଥିଲା । ଯାହା ଯୁବକଙ୍କ ବିବାହ ବୟସ ସାଙ୍ଗରେ ସମାନ ଥିଲା । କିନ୍ତିୁ ସବୁ ଧର୍ମରେ ଯୁବତୀଙ୍କ ବିବାହ ବୟସ ଯୁବକଙ୍କ ବୟସ ସାଙ୍ଗରେ ସମାନ ହେବ ନାହିଁ । ଏହାକୁ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା । ସୋମବାର ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ସମ୍ବିଧାନ ରକ୍ଷା ପାଇଁ ସଂସଦ କୌଣସି ଆଇନକୁ ସଂଶୋଧିତ କରିପାରିବ, ସେତିକି ଅଧିକାର ସଂସଦ ପାଖରେ ରହିଛି । କିନ୍ତୁ ସୁପ୍ରିମକୋର୍ଟ ପାଖରେ ସେତିକି ଅଧିକାର ନାହିଁ ।

ସବୁ ଧର୍ମରେ ଯୁବତୀଙ୍କ ବିବାହ ବୟସ ଯୁବକଙ୍କ ବିବାହ ବୟସ ସାଙ୍ଗରେ ସମାନ କରିବା ମାମଲରେ ସୁପ୍ରିମକୋର୍ଟ କହିଛନ୍ତି ଏହା ଆଇନ୍ ସଂଶୋଧନ କରିବା ମାମଲା । ଏହି ମାମଲାରେ ସୁପ୍ରିମକୋର୍ଟ ସଂସଦକୁ କୌଣସି ନିର୍ଦ୍ଦେଶ ଦେଇପାରିପବ ନାହିଁ ।
ଏହି ମାମଲାରେ ସୁପ୍ରିମକୋର୍ଟ ଆବେଦନକାରୀ ବିଜେପି ନେତା ଏବଂ ଅଶ୍ୱିନୀ ଉପଧ୍ୟାୟଙ୍କୁ କହିଛନ୍ତି ଯେ, ଏହା କୌଣସି ରାଜନୈତିକ ମଞ୍ଚ ନୁହେଁ ।

Get real time updates directly on you device, subscribe now.