fbpx

ତୃତୀୟ ଟେଷ୍ଟରୁ ବାଦ ପଡିବେ କେ.ଏଲ ରାହୁଲ! କିଏ କରିବେ ଓପନିଙ୍ଗ?

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚରେ ବାଜି ମାରିଛି ଟିମ ଇଣ୍ଡିଆ । ଦୁଇଟି ମ୍ୟାଚରେ ବିଜୟ ପରେ ସିରିଜ ବିଜୟର ପ୍ରମୁଖ ଦାବିଦାର ପାଲଟିଛି ରୋହିତ ସେନା । ତେବେ ତୃତୀୟ ମ୍ୟାଚରେ ଦଳରେ ବଡ ପରିବର୍ତ୍ତନ କରିପାରନ୍ତି ଅଧିନାୟକ ରୋହିତ ଶର୍ମା । ଏହି ମ୍ୟାଚରେ ଦଳରୁ ବାଦ ପଡିପାରନ୍ତି ଉପ-ଅଧିନାୟକ କେ.ଏଲ ରାହୁଲ ।

ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚରେ ରାହୁଲଙ୍କ ପ୍ରଦର୍ଶନ ଖରାପ ରହିଛି । ତେଣୁ ଟିମ ମ୍ୟାନେଜମେଣ୍ଟ ବର୍ତ୍ତମାନ ତାଙ୍କ ହାତରୁ ଉପ-ଅଧିନାୟକ ପଦ ମଧ୍ୟ ଛଡାଇ ନେଇଛି । ତେବେ ଦଳର ଏହି ନିଷ୍ପତ୍ତି ପରେ ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହ ବଡ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ରାହୁଲଙ୍କ ହାତରୁ ଏହି ପଦ ଛଡାଇ ନେବାର ଅର୍ଥ ସେ ତୃତୀୟ ମ୍ୟାଚରେ ଦଳରେ ବାଦ ପଡିବେ । ଏପରି ହେଲେ, ଟିମ ଇଣ୍ଡିଆର ଯୁବ ଓପନର ଶୁଭମନ ଗିଲ ରୋହିତଙ୍କ ସହ ପାଳି ଆରମ୍ଭ କରିବା ଏକ ପ୍ରକାର ସୁନିଶ୍ଚିତ ।

ଏହାବ୍ୟତୀତ ରାହୁଲଙ୍କ ଖରାପ ଫର୍ମକୁ ନେଇ ହରଭଜନ କହିଛନ୍ତି ଯେ, ରାହୁଲଙ୍କ ନିକଟରେ ଦକ୍ଷତା ଅଛି ଏବଂ ସେ ଜଣେ ବଡ ଖେଳାଳି । କିନ୍ତୁ ଏବେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ସାମାନ୍ୟ ବିରତୀ ନେଇ ଘରୋଇ କ୍ରିକେଟ ଖେଳିବା ଆବଶ୍ୟକ । ସମୟ ବାହାର କରି ଫାଷ୍ଟ କ୍ଲାସ କ୍ରିକେଟ ଖେଳିବା ସହ ସେଠାରେ ରନ କରି ନିଜ ଆତ୍ମବିଶ୍ୱାସ ଫେରାଇ ଆଣିବା ଆବଶ୍ୟକ । ଯାହା ରାହୁଲଙ୍କୁ ଆନ୍ତର୍ଜାତୀୟ କ୍ରିକେଟରେ ସାହାଯ୍ୟ କରିବ ।

Get real time updates directly on you device, subscribe now.