fbpx
BJD
BJD SKY
BJD SKY

RCB ଦଳରେ ସାମିଲ ହେବେ ଜୋଫ୍ରା ଆର୍ଚର! ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିବ ଶକ୍ତ ଝଟକା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ସାମିଲ ହୋଇପାରନ୍ତି ଖତରନାକ ବୋଲର । ଆଇପିଏଲ ସିଜନ ଆରମ୍ଭ ପୂର୍ବରୁ ଆହୁରି ଶକ୍ତିଶାଳୀ ହୋଇପାରେ ଆରସିବି । ଇଂଲଣ୍ଡର ଷ୍ଟାର ବୋଲର ଜୋଫ୍ରା ଆର୍ଚର ଏହି ଦଳ ସହ ସାମିଲ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଆସନ୍ତା ସିଜନରେ ଆର୍ଚର ଏହି ଦଳ ସହ ଯୋଡ଼ି ହୋଇପାରନ୍ତି । ଚଳିତବର୍ଷ ଆଇପିଏଲ ସିଜନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଆର୍ଚରଙ୍କୁ ରିଲିଜ କରିଥିଲା । ତେଣୁ ମୁମ୍ବାଇ ପାଇଁ ଏହା ଏକ ଶକ୍ତ ଝଟକା ହୋଇପାରେ । ଏ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ଖତରନାକ ବ୍ୟାଟିଂ ଅର୍ଡର ଥିବା ବାଙ୍ଗାଲୋର ଏବେ ବୋଲିଂ ଡିପାର୍ଟମେଣ୍ଟରେ ବି ଡବଲ ମାକା କରିବା ନେଇ ଆଶା ଦେଖାଦେଇଛି । ଇଂଲଣ୍ଡର ଷ୍ଟାର ବୋଲର ଜୋଫ୍ରା ଆର୍ଚର ଏବେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସୋସିଆଲ ମିଡିଆରେ ଏବେ ଅନେକ ଗୁଡ଼ିଏ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆର୍ଚରଙ୍କୁ ବାଙ୍ଗାଲୋର ମଇଦାନରେ ବୋଲିଂ କରୁଥିବାର ଦେଖାଯାଇଛି । ତେବେ ଏହି ଭିଡିଓଟି ଇଂଲଣ୍ଡ କାଉଣ୍ଟି ଟିମ ସସେକ୍ସ ପାଇଁ ବୋଲିଂ କରୁଥିବା ସମୟର ବୋଲି ଜାଣିବାକୁ ମିଳିଛି । ଏହାପରେ ଆର୍ଚର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆହୁରି ବଢିଯାଇଛି ।

fallback

ଆର୍ଚର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଆରସିବିର କ୍ୟାଫେ ଏବଂ ବାର୍ ର ଏକ ଫଟୋ ପୋଷ୍ଟ କରିଛନ୍ତି । ଏହାପରେ ଆଇପିଏଲରେ ତାଙ୍କ ଉପସ୍ତିତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜୋଫ୍ରା ଆର୍ଚର ଚଳିତବର୍ଷ ଡୁପ୍ଲେସି, ବିରାଟ ଏବଂ ମାକ୍ସୱେଲଙ୍କ ସହ ଆରସିବି ଜର୍ସିରେ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ତେବେ ଏ ନେଇ ଫ୍ରାଞ୍ଚାଇଜି ତରଫରୁ କିମ୍ବା ଆର୍ଚରଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

Get real time updates directly on you device, subscribe now.