fbpx

ସାମ୍ବାଦିକ ତରୁଣ ତେଜପାଲଙ୍କୁ ମିଳିଲା କ୍ଲିନ୍ ଚିଟ୍

ଦୁଷ୍କର୍ମ ଅଭିଯୋଗରେ ଜେଲରେ ୮ ବର୍ଷକାଳ ଭୋଗୁଥିଲେ ସଜ୍ଜା ।

ଗୋଆ: ସହପାଠୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୮ ବର୍ଷ କାଳ ସଜ୍ଜା ଭୋଗୁଥିବା ତେହଲକା ପତ୍ରିକାର ପୂର୍ବ ସମ୍ପାଦକ ତରୁଣ ତେଜପାଲଙ୍କୁ ମିଳିଛି ଆଶ୍ୱସ୍ତି । କୋର୍ଟ ତାଙ୍କୁ ଆଜି କ୍ଲିନ୍ ଚିଟ୍ କରିଛନ୍ତି । ୨୦୧୩ରେ ନିଜ ସହପାଠୀଙ୍କୁ ଏକ ଫାଇଭ୍ ଷ୍ଟାର ହୋଟେଲର ଲିଫ୍ଟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ସେହି ବର୍ଷ ନଭେମ୍ବର ମାସ ୩୦ ତାରିଖରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା ।

ସୁଚନା ଅନୁସାରେ, ୨୦୧୩ରେ ତରୁଣ ତେଜପାଲଙ୍କ ସହପାଠୀ ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ ଯେ, ଗୋଆରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ତରୁଣ ତାଙ୍କ ସହ ଏକ ଫାଇଭ୍ ଷ୍ଟାର ହୋଟେଲ୍ ର ଲିଫ୍ଟରେ ଦୁଷ୍କର୍ମ କରିଥିଲେ । ଏହାପରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ସେହି ବର୍ଷ ନଭେମ୍ବର ମାସ ୩୦ ତାରିଖରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା । କିନ୍ତୁ ତାପରେ ୨୦୧୪ରେ ତାଙ୍କୁ ଜାମିନ୍ ମିଳିଥିଲା ।

Get real time updates directly on you device, subscribe now.