fbpx

କାର୍ଯ୍ୟକର୍ତ୍ତା ଆତ୍ମଚିନ୍ତନ କରି ଯୋଗ୍ୟତା ବଢ଼ାଇବା ଜରୁରୀ: ଜେ.ପି ନଡ୍ଡା

ନୂଆଦିଲ୍ଲୀ, ୫ା୯: ରାଜ୍ୟ ବିଜେପିର ଭର୍ଚୁଆଲ ସମାବେଶରେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି କାର୍ଯ୍ୟକର୍ତ୍ତା ଆତ୍ମଚିନ୍ତନ କରି ଯୋଗ୍ୟତା ବଢ଼ାଇବା ଜରୁରୀ । ନିଜର ଯୋଗ୍ୟତା, ଉପଯୋଗିତା, ପ୍ରଭାବ ଓ ପରପକ୍ୱ ଉପରେ ଚିନ୍ତିତ ରହିବା ଜରୁରୀ ବୋଲି ସେ କହିଛନ୍ତି। ଲମ୍ବା ଲଢ଼େଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଛି ।

ଓଡ଼ିଶାରେ ମଧ୍ୟ ସରକାର ଗଠନ କରିବା ଦିନ ଆଉ ଦୂର ନୁହେଁ । ୨୦୧୪ରେ ବିଜେପିକୁ ୨୧ ପ୍ରତିଶତ ସେହିପରି ଚଳିତଥର ଲୋକସଭାରେ ୩୮ ପ୍ରତିଶତ ଭୋଟ୍ ମିଳିଛି । ୫୦ପ୍ରତିଶତ ଭୋଟ ନେବା ପାଇଁ ଆମ ସମସ୍ତଙ୍କୁ ସଙ୍କଳ୍ପ ନେବାକୁ ପଡ଼ିବ ବୋଲି ଜେ.ପି ନଡ୍ଡା କହିଛନ୍ତି । ଏହି ବୈଠକରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଓ ୨୫ ସଦସ୍ୟ ଉପସ୍ଥିତ ରହିଥିଲେ ।

 

 

Get real time updates directly on you device, subscribe now.