fbpx
BSKY
BJD MC SKY
BJD YOUTH SKY

ଆର୍ଯ୍ୟନ ଖାନଙ୍କ ବେଲ ଯାଚିକାରେ ଦସ୍ତଖତ କଲେ ଜୁହି ଚାୱଲା; ମନ୍ନତରୁ ବାହାରିଲେ ଶାହରୁଖ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଖାନଙ୍କୁ ମିଳିଛି ଜାମିନ । ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ମୁମ୍ବାଇ ହାଇକୋର୍ଟ ଶାହରୁଖ ଖାନଙ୍କ ପୁଅକୁ ଜାମିନ ପ୍ରଦାନ କରିଥିଲେ । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଆର୍ଯ୍ୟନଙ୍କ ଜେଲରୁ ବାହାରିବା ଆପାତତଃ ସ୍ପଷ୍ଟ ହୋଇଥିବା ବେଳେ ଆର୍ଯ୍ୟନଙ୍କ ଜାମିନ ମୁଚାଲିକାରେ ଦସ୍ତଖତ କରିଛନ୍ତି ଜୁହି ଚାୱଲା । ବଲିଉଡ ଅଭିନେତ୍ରୀ ତଥା ଶାହରୁଖ ଖାନଙ୍କ ବିଜିନେସ୍ ପାର୍ଟନର ଜୁହି ଚାୱଲା ମୁମ୍ବାଇର ସେସନ କୋର୍ଟରେ ପହଞ୍ଚି ଜାମିନ ମୁଚାଲିକାରେ ଦସ୍ତଖତ କରିଛନ୍ତି । ଓକିଲ ସତୀଶୂ ମାନସିନ୍ଦେଙ୍କ ସହିତ କୋର୍ଟ ଯାଇଥିଲେ ଜୁହି ।

ଅନ୍ୟପକ୍ଷରେ ଆର୍ଯ୍ୟନଙ୍କୁ ଫେରାଇ ଆଣିବା ପାଇଁ ମନ୍ନତରୁ ବାହାରିଛନ୍ତି ବଲିଉଡ ଅଭିନେତା ଶାହରୁଖ ଖାନ୍ । ୪ଟି କାର ନେଇ ଆର୍ଥର ରୋଡ ଜେଲ ଅଭିମୁଖେ ବାହାରିଛନ୍ତି କିଙ୍ଗ ଖାନ୍ ।

Get real time updates directly on you device, subscribe now.