fbpx

ମାତ୍ର ୭୫ ଟଙ୍କାରେ Unlimited… ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ ଆଣିଲା JIO: ମିଳିବ ଏହି ସୁବିଧା

ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ ନିଜର ରିଚାର୍ଜ ପ୍ଲାନରେ ବୃଦ୍ଧି କରିବା ପରେ ୟୁଜର ଅସନ୍ତୋଷ ରହିଛନ୍ତି । ଏହି ନେଟୱର୍କ ସାରା ଦେଶରେ ଇଣ୍ଟରନେଟ ସେବା ପହଞ୍ଚାଇବା ସହ ଇଣ୍ଟରନେଟ ବ୍ୟବହାର କରିବାରେ କ୍ରାନ୍ତି ଆଣିଛି । ଦିନେ ଖୁବ କମ୍ ଖର୍ଚ୍ଚରେ ଇଣ୍ଟରନେଟ ସହ ଅନଲିମିଟେଡ କଲିଙ୍ଗ ସୁବିଧା ଯୋଗାଇ ସମସ୍ତ ଟେଲିକମ୍ ଅପରେଟରଙ୍କୁ ଚମକାଇ ଦେଇଥିଲା । କିନ୍ତୁ ଜୁନ୍ ମାସରୁ ଏହି ସେବା ପାଇଁ ରିଚାର୍ଜ ପ୍ଲାନ ମହଙ୍ଗା କରିଛି ଜିଓ । ଏବେ ୟୁଜରଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ ଆଣିଛି ଏହି ଟେଲିକମ୍ କମ୍ପାନୀ । ମାତ୍ର ୭୫ ଟଙ୍କାରେ ଅନଲିମିଟେଡ ସୁବିଧା ଯୋଗାଇବ ରିଲାଏନ୍ସ ଜିଓ ।

ରିଲାଏନ୍ସ ଜିଓର ମହଙ୍ଗା ରିଚାର୍ଜ ପ୍ଲାନ ମଧ୍ୟରେ ବର୍ତ୍ତମାନ ଏକ ଶସ୍ତା ପ୍ଲାନ ଭେଟି ଦେଇଛନ୍ତି ମୁକେଶ ଅମ୍ବାନୀ । ମାତ୍ର ୭୫ ଟଙ୍କାରେ ୟୁଜର ଜିଓର ଏକ ରିଚାର୍ଜ ପ୍ଲାନ ପାଇପାରିବେ । ତେବେ ଏହି ପ୍ଲାନର ଭ୍ୟାଲିଡିଟି ମାତ୍ର ୨୩ ଦିନ ପର୍ଯ୍ୟନ୍ତ ରହିବ । ଜିଓର ଏହି ପ୍ଲାନରେ ୟୁଜର ମୋଟ ୨.୫ ଜିବି ହାଇ ସ୍ପିଡ ଡାଟା ପାଇପାରିବେ । ଏଥିରେ ପ୍ରତିଦିନ ୧୦୦ ଏମବି ଡାଟା ଏବଂ ୨୦୦ ଏମବି ଅତିରିକ୍ତ ଡାଟା ପ୍ରଦାନ କରୁଛି ଜିଓ ନେଟୱର୍କ । ଏହି ପ୍ଲାନରେ ୟୁଜର ଅନଲିମିଟେଡ କଲିଂ ସୁବିଧା ପାଇପାରିବେ । ୨୩ ଦିନ ପର୍ଯ୍ୟନ୍ତ ୟୁଜର ଯେକୌଣସି ନେଟୱର୍କକୁ ଅନଲିମିଟେଡ କଲ୍ କରିପାରିବେ । ଏହାସହିତ ୟୁଗର୍ସଙ୍କୁ ମୋଟ ୫୦ଟି SMS ମଧ୍ୟ ମାଗଣା ଦିଆଯାଉଛି । ଜିଓର ଏହି ପ୍ଲାନରେ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡର ମାଗଣା ସବସ୍କ୍ରିପ୍ସନ ମଧ୍ୟ ମିଳୁଛି । ତେବେ ଏହି ପ୍ଲାନ କେବଳ ଜିଓଫୋନ୍ ବ୍ୟବହାର କରୁଥିବା ୟୁଜରମାନଙ୍କୁ ପ୍ରଦାନ କରିବ ରିଲାଏନ୍ସ ଜିଓ କମ୍ପାନୀ ।

ରିଲାଏନ୍ସ ଜିଓ ସର୍ବଦା ୟୁଜରମାନଙ୍କୁ ବିଭିନ୍ନ ପ୍ରାଇସ ରେଞ୍ଜରେ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି । ଡାଟା ଏବଂ ଭାଲିଡିଟି ଆଧାରରେ ସମସ୍ତ ରିଚାର୍ଜ ପ୍ଲାନ ମଧ୍ୟରେ ଫରକ ରହିଛି । ଜିଓର ସମସ୍ତ ପ୍ଲାନରେ ଡାଟା ଏବଂ ଭ୍ୟାଲିଡିଟିର ଲିମିଟ ଭିନ୍ନ ହୋଇଥାଏ । ଏହାବ୍ୟତୀତ ପ୍ଲାନ୍ସ ସହ ୟୁଜରମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ କରିଥାଏ ଏହି ଟେଲିକମ୍ କମ୍ପାନୀ । ୟୁଜର ନିଜ ବଜେଟ ଏବଂ ପସନ୍ଦ ଅନୁସାରେ ନିଜ ପାଇଁ ସର୍ବଶ୍ରେଷ୍ଠ ରିଚାର୍ଜ ପ୍ଲାନ ଚୟନ କରିପାରିବେ । ଟେଲିକମ୍ ସର୍ଭିସ ଦେବାରେ ରିଲାଏନ୍ସ ଜିଓ ଲୋକପ୍ରିୟ ନେଟୱର୍କ ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ଇତ୍ୟାଦିକୁ ଖୁବ ପଛରେ ପକାଇ ଦେଇଛି ।

Get real time updates directly on you device, subscribe now.