fbpx
BJD SKY
BJD SKY

ଜଷ୍ଟିସ ଖାନୱିଲକର ହେବେ ଭାରତର ପରବର୍ତ୍ତୀ ଲୋକପାଳ: କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ମିଳିଲା ଅନୁମୋଦନ

BJD

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏ.ଏମ ଖାନୱିଲକର ହେବେ ଦେଶର ପରବର୍ତ୍ତୀ ଲୋକପାଳ । ଜଷ୍ଟିସ ଖାନୱିଲକରଙ୍କ ନିଯୁକ୍ତି ଉପରେ ଉଚ୍ଚସ୍ତରୀୟ ବୈଠକରେ ମୋହର ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୁପ୍ରିମକୋର୍ଟରମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଓ ବିରୋଧୀ ପକ୍ଷର ବଡ଼ ଦଳର ନେତା ଅଧୀର ରଞ୍ଜନ ଚୌଧରୀଙ୍କୁ ନେଇ ଏହି ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଥିଲା ।

ଗତ ୨୦୨୨ ମସିହା ଜୁଲାଇ ମାସ ୨୨ ତାରିଖରେ ଜଷ୍ଟିସ ଖାନୱିଲକର ଅବସର ଗ୍ରହଣ କରିଥିଲେ । ତାଙ୍କର ନେତୃତ୍ୱାଧୀନ ଖଣ୍ଡପୀଠ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧିନିୟମ ସଂଶୋଧନକୁ କାଏମ୍ ରଖିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସମନ ଜାରି କରଯିବା, ଗିରଫଦାରୀ, ତଲାସୀ, ଜବତ ଅଧିକାରୀକୁ ଉକ୍ତ ଖଣ୍ଡପୀଠ ଠିକ୍ ବୋଲି ଦର୍ଶାଇଥିଲା । ଏଥିସହିତ ୨୦୨୨ ମସିହାର ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଷ୍ଟିସ ଖାନୱିଲକରଙ୍କ ବେଞ୍ଚ କ୍ଲିନଚିଟ୍ ଦେଇଥିଲା ।

ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫସାଇବା ପାଇଁ ମନଗଢ଼ା ପ୍ରମାଣ ଦାଖଲ କରାଯାଇଥିବାରୁ ଜଷ୍ଟିସ ଖାନୱିଲକର ଯାଚିକାକର୍ତ୍ତା ତୀସ୍ତା ସୀତଲବାଡ଼ଙ୍କ ଉପରେ ପ୍ରଶ୍ନ କରିଥିଲେ । ପରବର୍ତ୍ତୀ ସମୟରେ ତୀସ୍ତାଙ୍କୁ ଗିରଫ କରାଯାଇଥିଲା । ସେଣ୍ଟ୍ରାଲ ଭିଷ୍ଟା ଓ ନୂଆ ସଂସଦ ଭବନର ନିର୍ମାଣକୁ ନେଇ ସାମାଜିକ କର୍ମୀ ଓ ପରିବେଶବିତଙ୍କ ପକ୍ଷରୁ ଆଗତ ଯାଚିକାକୁ ଜଷ୍ଟିସ ଖାନୱିଲକରଙ୍କ ବେଞ୍ଚ ଖାରଜ କରିଦେଇଥିଲା । ଫଳରେ ନୂଆ ସଂସଦ ଭବନ ନିର୍ମାଣ ପଥ ପରିଷ୍କାର ହୋଇଯାଇଥିଲା ।

Get real time updates directly on you device, subscribe now.